ମହାରାଷ୍ଟ୍ରର ପୁଲଗାଁଓ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ; ୬ ଜଣ ମୃତ, ୧୦ ଜଣ ଆହତ
20/11/2018 at 2:35 PM

ଓ୍ବାର୍ଧା ୨୦|୧୧: ମହାରାଷ୍ଟ୍ରର ୱାର୍ଧା ଜିଲ୍ଲା ପୁଲଗାଁଓ ସ୍ଥିତ ସେନାର ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ହୋଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି। ମୃତକଙ୍କ ଭିତରେ ସେନା ଗୋଳାବାରୁଦ ଡିପୋର ୨ ଜଣ ସୈନିକ ଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ବୋଲି ଜଣାଯାଇଛି।
ଆଜି ସକାଳ ପ୍ରାୟ ୭ଟା ବେଳେ ପୁଲଗାଓ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ କେତେକ ପୁରୁଣା ବୋମା ଓ ଅନ୍ୟ ଗୋଳବାରୁଦକୁ ନଷ୍ଟ କରିବା ପାଇଁ ଅନଲୋଡ ହେଉଥିବା ବେଳେ ଜଣେ ଶ୍ରମିକଙ୍କ ହାତରୁ ଏକ ବୋମା ଖସିପଡ଼ିଥିଲା । ଫଳରେ ହଠାତ୍ ବିସ୍ଫୋଣର ଘଟିଥିଲା । ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁ ଗୁଡ଼ିକ ଥରି ଉଠିଥିଲା।