Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଗୋଦାମରେ ଭୟାବହ ବିସ୍ଫୋରଣ: ୯ ଜଣଙ୍କ ମୃତ୍ୟୁ, ଅନେକ ଆହତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

4/11/2020 at 5:25 PM

ଅହମଦାବାଦ ୦୪/୧୧ : ଗୁଜରାଟ ଅହମଦାବାଦରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ଏକ ଗୋଦାମରେ ବିସ୍ଫୋରଣରେ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଅଧିକାରୀ ଜୟେଷୁ ଖାଦିୟା କହିଛନ୍ତି ଯେ ଭଙ୍ଗ ଗୋଦାମ ତଳୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିରାନା-ପିପଲାଜା ରୋଡ଼ ସ୍ଥିତ କୋଠାରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଛି। ଏହି କୋଠାରେ ଗୋଦାମ ଥିଲା।

ଏହି କପଡା ଗୋଦାମରେ ବୟଲର ଫଟିବାରୁ ବିଶ୍ୱଦରନା ହୋଇଛି। ବିସ୍ଫୋରଣ ଯୋଗୁଁ ଗୋଦାମରେ ଥିବା ସମସ୍ତ ଲୋକ ଆହତ ହୋଇଛନ୍ତି। ହସ୍ପିଟାଲ ଜାରି କରିଥିବା ବୟାନରେ କହିଛି ଯେ, ଭର୍ତ୍ତି ହୋଇଥିବା ୧୨ ଜଣଙ୍କୁ ମଧ୍ୟରୁ ୪ଜଣଙ୍କୁ ହସ୍ପିଟାଲକୁ ଆଣିବା କ୍ଷଣି ମୃତ ଘୋଷିତ କରାଯାଇଥିଲା। ଅନ୍ୟ ୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଆହତମାନଙ୍କ ଚିକିତ୍ସା ଜାରି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି, ‘ଅହମଦାବାଦ ଗୋଦାମରେ ନିଆଁ ଲାଗିବାରୁ ହୋଇଥିବା ମୃତ୍ୟୁକୁ ନେଇ ସେ ଦୁଃଖିତ। ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା। ଆହତଙ୍କ ପାଇଁ ପ୍ରାଥନା କରିବା ସହ ପ୍ରଶାସନ ପ୍ରଭାବିତଙ୍କ ପାଇଁ ସମ୍ଭାବ୍ୟ ସାହାଯ୍ୟ କରାଯିବ।’

ଅଧିକାରୀ କହିଛନ୍ତି ଯେ ଗୋଦାମରେ ଭୀଷଣ ନିଆଁ ଲାଗିଥିଲା ଯେଉଁଥିପାଇଁ ଭିତରେ ଫସି ରହିଥିବା ଲୋକେ ବାହାରକୁ ବାହାରି ପାରିନଥିଲେ। ଆଖପାଖ ଲୋକ ଅଗ୍ନିଶମ ବିଭାଗକୁ ଫୋନ କରି ସୂଚନା ଦେଇଥିଲେ। ଏହାପରେ ୨୪ଟି ଦମକଳ ଓ ୫୦ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି।

   Related Posts