Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ୟେମେନ୍ ସରକାରକୁ ବିସ୍ଫୋରଣରେ ଉଡାଇବାକୁ ଉଦ୍ୟମ, ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ସନ୍ଦେହ

30/12/2020 at 9:50 PM

ଅଦନ ୩୦।୧୨:  ୟେମେନର ଅଦନ ବିମାନ ବନ୍ଦରରେ ବୁଧବାର ଭୀଷଣ ବିସ୍ଫୋରଣ ହୋଇଛି। ଏକ ଯାତ୍ରୀବାହୀ ବିମାନ ଅବତରଣ କରିବାମାତ୍ରେ ରନୱେରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ବିମାନର କିଛି କ୍ଷତି ହୋଇ ନଥିଲେ ବି ପରେ ହୋଇଥିବା ଗୁଳିବିନିମୟରେ ୨୨ ଜଣ ପ୍ରାଣ ହରାଇଥିବା ଆକଳନ କରାଯାଇଛି। ଏହି ବିମାନରେ ୟେମେନ ପ୍ରଧାନମନ୍ତ୍ରୀ ମିନ୍ ଅବଦୁଲ ମଲ୍ଲିକ ସଇଦଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଥିଲେ ବୋଲି କୁହାଯାଉଛି।

ସାଉଦୀ ଆରବ ସୂତ୍ରରୁ ମିଳୁଥିବା ସୂଚନାରେ ୟେମେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସକୁଶଳେ ରାଷ୍ଟ୍ରପତି ଭବନ ପହଞ୍ଚି ଯାଇଛନ୍ତି। ତେବେ ବିମାନ ବନ୍ଦର ରନୱେ ବିସ୍ଫୋରଣ ଓ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କନେଇ ସମ୍ପୂର୍ଣ୍ଣ  ତଥ୍ୟକୁ ଅପେକ୍ଷା କରାଯାଇଛି।  ୟେମେନରେ ଦୀର୍ଘ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଛି। ଏକ ଏମଓୟୁ ଆଧାରରେ ପ୍ରଧାନମନ୍ତ୍ରୀ ସଇଦଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର କେତେକ ମନ୍ତ୍ରୀ ଅଦନ ପ୍ରତ୍ୟାବର୍ତ୍ତନ କରିଥିଲେ। ସରକାରଙ୍କ ଏହି ବୁଝାମଣା ଗତ ସପ୍ତାହରେ ବିଛିନ୍ନତାବାଦୀ ଗୋଷ୍ଠୀଙ୍କ ସହ ହୋଇଥିଲା।

ମଲିକଙ୍କ ସରକାରକୁ ଅନ୍ତର୍ଜାତୀୟ ମାନ୍ୟତା ରହିଛି। ଦେଶରେ ଗୃହଯୁଦ୍ଧ ଯୋଗୁ ସେ ମଧ୍ୟ ଦୀର୍ଘ ବର୍ଷ ହେଲା ନିର୍ବାସୀତ ରହି ଆସୁଛନ୍ତି। ତାଙ୍କ ସରକାର ସାଉଦୀ ଆରବ ରାଜଧାନୀ ରିଆଦରୁ କାର୍ଯ୍ୟ କରୁଥିଲେ। ନିକଟରେ ୟେମେନ ରାଷ୍ଟ୍ରପତି ମନସୁର ହାଦୀ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିଛନ୍ତି। ଏଥିରେ ବିଛିନ୍ନତାବାଦୀଙ୍କ ସହ ବୁଝାମଣାକୁ ଦେଶରେ ବଡ ପଦକ୍ଷେପ ବୋଲି ବୁଝା ଯାଉଛି।  

   Related Posts