'ଆମ ନୟାଗଡ ନାଁରେ କାହିଁକି ଏଣୁ ତେଣୁ କହୁଛ ?' ଏମିତି କହି ୩ ଜଣଙ୍କୁ ବ୍ଲେଡରେ କାଟି ଦେଲା ଯୁବକ

Published By : Prameya-News7 Bureau | October 17, 2020 IST

ଭୁବନେଶ୍ୱର,୧୭/୧୦: ଆମ ନୟାଗଡ଼ ନାଁରେ କାହିଁକି ୟାଡୁ ସିଆଡୁ କହୁଛ । ଆମ ଏରିଆକୁ କାହିଁକି ବଦନାମ କରୁଛ।ଏହାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର କିଛି ଯୁବକଙ୍କ ମଧ୍ୟରେ ଝଗଡା ଲାଗିଥିଲା । ରାଗରେ ନୟାଗଡ ଅଞ୍ଚଳର ଜଣେ ଯୁବକ ତାଙ୍କ ଗୋଷ୍ଠୀର ୩ ଯୁବକଙ୍କୁ ଆକ୍ରମଣ କଲା । ତା ପୁଣି ଏକ ଧାରୁଆ ବ୍ଲେଡ୍‌ରେ କାଟିଲା ।

ଏମିତି ଘଟଣା ଦେଖିବାକୁ ମିଳିଛି ପାଣ୍ଡରା ଛକରେ ଥିବା ଏକ ଚା’ ଦୋକାନ ଖଟିରେ । ୩ ଆହତଙ୍କ ହାତ, କାନ ଓ ନାକରେ ଆହତ ଲାଗିଛି । ଉକ୍ତ ଗୋଷ୍ଠୀର ଅନ୍ୟ ଯୁବକମାନେ ତୁରନ୍ତ ଆହତଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।ସେମାନଙ୍କ ପରିଚୟ ମିଳିପାରିନି ।

ସେପଟେ ଖବର ପାଇ ଘଟଣାସ୍ଥଳକୁ ମଞ୍ଚେଶ୍ୱର ଥାନାରୁ ଏକ ପିସିଆର ଭ୍ୟାନ୍‌ ଯାଇ ଛାନ୍‌ଭିନ୍‌ କରିଛି । ଆକ୍ରମଣକାରୀ ସହ ଉକ୍ତ ଗୋଷ୍ଠୀର ସବୁ ଯୁବକମାନେ ଘଟଣାସ୍ଥଳରୁ ଅର୍ନ୍ତଧ୍ୟାନ ହୋଇଯାଇଥିବାରୁ ପୁଲିସ ଖାଲି ହାତରେ ଫେରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.