ସିବିଆଇ ଖୋଲିବ 'ବ୍ଲାକରୋଜ' ଦୁର୍ଘଟଣାର ରହସ୍ୟ

Published By : Prameya-News7 Bureau | July 03, 2018 IST

ପାରାଦୀପ ଉପକୂଳରେ ବ୍ଲାକ ରୋଜ ଜାହାଜ ବୁଡି ଘଟଣା। ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅନୁମୋଦନ ପରେ ମନ୍ତ୍ରଣାଳୟର ପକ୍ଷରୁ ସିବିଆଇ ନିର୍ଦେଶକଙ୍କୁ ଲିଖିତଭାବେ ଅନୁରୋଧ କରାଯାଇଛି । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରରୁ ପଣ୍ୟ ବୋଝେଇ ଏମଭି ବ୍ଲାକରୋଜ ଜାହାଜ ପାରାଦୀପରୁ ଯାତ୍ରା ଆରମ୍ଭ ପରେ ଅଳ୍ପ ବାଟରେ ବନ୍ଦର ସୀମା ଭିତରେ ସମୁଦ୍ରରେ ବୁଡି ଯାଇଥିଲା। ଏହି ଜାହାଜରେ ପଣ୍ୟ ବ୍ୟବସାୟ କେଉଁମାନେ କରୁଥିଲେ, ଏହି ଜାହାଜର ମାଲିକାନା କାହାର , ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ନିର୍ଦ୍ଧିଷ୍ଟଭାବେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନଥିଲା। ଏହି ମାମଲାକୁ ପାରାଦୀପ ପୋର୍ଟ ଟ୍ରଷ୍ଟର ବୋର୍ଡ ମିଟିଂରେ ଟ୍ରଷ୍ଟି ପ୍ରତାପ କେଶରୀ ମିଶ୍ର ଓ ଭୁବନ ମୋହନ ଜେନା ସମୀକ୍ଷା କରିବାପରେ ସିବିଆଇ ତଦନ୍ତ କରିବାପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ଅନୁରୋଧକୁ ବିଚାର କରି ମନ୍ତ୍ରଣାଳୟ ଏହାର ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିବା ସିବିଆଇକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.