Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନେତାଙ୍କ ଝିଅଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ ଯୁବକ, ଗିରଫ କଲା ପୋଲିସ

1/08/2020 at 7:09 PM

ମୁମ୍ବାଇ, ୦୧|୦୮:  ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜନୈକ ଅଭିନେତାଙ୍କ ଝିଅଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଜଣଙ୍କ ଅଭିନେତାଙ୍କ ଝିଅଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରିବେ ବୋଲି ଧମକ ଦେଉଥିଲେ ।

କ୍ରାଇମବ୍ରାଞ୍ଚ କହିଛି ଯେ, ଯୁବକଜଣଙ୍କ ବାରମ୍ବାର ଧମକ ଦେବା ସହ ଟଙ୍କା ମଧ୍ୟ ଦାବି କରୁଥିଲେ । ଟଙ୍କା ନଦେଲେ ଫଟୋ ଭାଇରାଲ୍ କରିବେ ବୋଲି କହୁଥିଲେ । ତେବେ ଗୁରୁବାର ଅଭିଯୁକ୍ତକୁ ଗିରଫ କରାଯାଇଛି ।ଅଭିଯୁକ୍ତ ହେଲେ  କ୍ଲାଲିଫ୍ ହନିଫ୍ ପଟାନୀ । ସେ ମୁମ୍ବାଇର ମଲାଦରେ ରୁହେ । ପୀଡିତାଙ୍କ ଅଜାଣତରେ ସେ ତାଙ୍କ ପ୍ରାଇଭେଟ୍ ଫଟୋ ଉତ୍ତୋଳନ କରି ବ୍ଲାକମେଲ୍ କରୁଥିଲା ।

ତେବେ ଅଭିଯୁକ୍ତର ଭଉଣୀ ମଧ୍ୟ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି । କାରଣ ସେ ଓ ପୀଡିତା ଗୋଟିଏ କଲେଜରେ ପଢୁଥିଲେ ।   

   Related Posts