ଯୁବତୀଙ୍କ ବ୍ଲାକମେଲିଂ ଭୟରେ ମ୍ୟାନେଜରଙ୍କ ଆତ୍ମହତ୍ୟା, ତଦନ୍ତ ପରେ ଜଣାପଡ଼ିଲା ଯୁବତୀ ନୁହନ୍ତି ଯୁବକ

Published By : Prameya-News7 Bureau | September 29, 2019 IST

ଯୋଧପୁର୨୯|୯: ରାଜସ୍ତାନର ଯୋଧପୁର ଅଞ୍ଚଳରୁ ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ଛାତ୍ର ଟେକ୍ନୋଲୋଜି ବ୍ୟବହାର କରି ଝିଅଙ୍କ କଣ୍ଠରେ କଥା ହୋଇ ସବୁ ଲୋକଙ୍କୁ ବ୍ଲାକମେଲିଂ କରୁଥିଲା। ଏହଭଳି ଭାବେ ସେ ଝିଅଙ୍କ କଣ୍ଠରେ ଫୋନକରି ଲୋକଙ୍କୁ ଚୂନ ଲଗାଇ ଟଙ୍କା ରୋଜଗାର କରୁଥିଲା। ଏପରିକି ଟ୍ରୁକଲର ଆଇଡିରେ ନିଜ ନାଁ ସୁମନ ବୋଲି ସେ ସେଟିଂ କରିଥିଲା।  ଝିଅଙ୍କ କଣ୍ଠରେ କଥା ହୋଇ ଲୋକଙ୍କୁ ଠକୁଥିବା କଲେଜ ଛାତ୍ରଙ୍କ ଲାଗି ଜଣେ ମ୍ୟାନେଜର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ଛାନଭିନ୍ନ କରି ପ୍ରକୃତ ଦୋଷୀକୁ ଚିହ୍ନଟ କରିଛି। କିନ୍ତୁ ଅଭିଯୁକ୍ତ ଝିଅ ନୁହେଁ ପୁଅ ଜାଣିବା ପରେ ସବୁ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଅଭିଯୁକ୍ତର ନାଁ ଇଲିଆସ୍ ସେ ଯୋଧପୁର କଲେଜର ତୃତୀୟ ବର୍ଷର ଛାତ୍ର।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଜଣେ ସୋସାଇଟି ମ୍ୟାନେଜର ହୋଟେଲ ପରିସରରେ ଆତ୍ମହତ୍ୟା କରିଥିଲେ। ପୋଲିସ ମୃତ ଶରୀର ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଜଣେ ସୁମନ ନାମକ ଯୁବତୀଙ୍କ ଲାଗି ମ୍ୟାନେଜର ଆତ୍ମହତ୍ୟା କରିଥିବା କଥା ପ୍ରଥମରୁ ଜଣାପଡିଥିଲା  ସୁମନର ନମ୍ବର ଟ୍ରାକକରି କଲେଜ ଛାତ୍ର ଇଲିଆସ୍‌ ପାଖରେ  ପୋଲିସ ପହଞ୍ଚିଥିଲା। ଏହାପରେ ପୋଲିସ ଇଲିଆସ୍‌କୁ ଗିରଫ କରି ପଚରାଉଚାର କରିବାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା

ମ୍ୟାନେଜର ରତନ ସିଂହ ଅଭିଯୁକ୍ତ ଯୁବକକୁ ସୁମନ ନାମକ ଝିଅ ଭାବି ତାଙ୍କ ସହ କଥା ହେଉଥିଲେ। ଏମିତି କି ରାତିରେ ଫୋନରେ ଝିଅ କଣ୍ଠରେ କଥା ହେଉଥିବା ଯୁବକ ସହ ମ୍ୟାନେଜର ଆପତ୍ତିଜନକ କଥା ହେଉଥିଲେ। ଉଭୟଙ୍କ ମଧ୍ୟରେ ଯାହାସବୁ କଥା ହେଉଥିଲେ ସେଗୁଡିକୁ ଅଭିଯୁକ୍ତ ଛାତ୍ର ରେକର୍ଡିଂକରି ମ୍ୟାନେଜରଙ୍କୁ ବ୍ଳାକମେଲିଂ କରୁଥିଲା। ଟଙ୍କା ନଦେଲେ ସେ ସବୁ କଥା ଲିକ୍ କରିଦେବ ବୋଲି ମ୍ୟାନେଜରଙ୍କୁ ବାରମ୍ବାର ଧମକ ଦେଉଥିଲା। ଏଭଳି ବାରମ୍ବାର ମ୍ୟାନେଜରଙ୍କୁ ବ୍ଲାକମେଲିଂ କରି ତାଙ୍କ ପାଖରୁ ବହୁ ଟଙ୍କା ମଧ୍ୟ ଅଭିଯୁକ୍ତ ଛାତ୍ର ଲୁଟି ନେଇଥିଲା। ଝିଅ କଣ୍ଠରେ କଥା ହେଉଥିବା ଯୁବକ ମ୍ୟାନେଜରଙ୍କୁ ଏହଭଳି ବାରମ୍ବାର ବ୍ଲାକମେଲିଂ କରି ହରାଇଣ କରୁଥିଲା।  ଅଭିଯୁକ୍ତ ଛାତ୍ରର ବ୍ଲାକମେଲିଂରୁ ରକ୍ଷା ପାଇବା ଲାଗି ସେ ଆତ୍ମହତ୍ୟା କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚାର କରିବା ପରେ ଅଭିଯୁକ୍ତ  ସବୁ କଥା ସ୍ବୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.