Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ମହିଳାଙ୍କୁ ଚାକରି ଦେବା ନାଁରେ ସଜେଇଦେଲେ କଲଗାର୍ଲ, ଅଶ୍ଳୀଳ ଭିଡ଼ିଓ ସୁଟିଂ କରି କରୁଥିଲେ ବ୍ଲାକମେଲ

9/02/2019 at 5:56 PM

ନୂଆଦିଲ୍ଲୀ ୯/୨-ଜଣେ ମହିଳାଙ୍କୁ ଚାକିରି ଦେବା ନାଁରେ ଦେହ ବ୍ୟବସାୟ ଲଗାଇବା ଅଭିଯୋଗରେ ଜଣେ ମହିଳା ଓ ପ୍ରପଟି ଡ଼ିଲରକୁ ଗିରଫ କରିଛି ପୋଲିସ । ଚାକିରି ଆଳରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା କଥା କହିଛନ୍ତି ପୀଡ଼ିତା ମହିଳା ।

ଏହିଭଳି ଘଟଣା  ଘଟିଛି ନୂଆଦିଲ୍ଲୀର ଏକ ଅଂଚଳରେ ।ଗୀତା ନାମକ ଜଣେ ମହିଳା ଏହି ଘଟଣାର ମୂଖ୍ୟ ଆସାମୀ ଥିବା ବେଳେ ପ୍ରଦୀପ ନାମକ ଜଣେ ପ୍ରପଟି ଡ଼ିଲର ଏହି ଘଟଣାର ମୁଖ୍ୟ ଖଳନାୟକ ।

ଘଟଣାରୁ ଜଣାଯାଇଛି ଗୀତା ରହୁଥିବା କଲୋନୀରେ ଜଣେ ପଡ଼ୋଶୀ ପଶ୍ଚିମବଙ୍ଗର ମହିଳା ରହୁଥିଲେ । ମହିଳା ତାଙ୍କର ଦୁଇ ପୁଅ ଓ ସ୍ଵାମୀଙ୍କ ସହ ରହୁଥିଲେ ।ସ୍ଵାମୀଙ୍କର କାରଖାନା କୌଣସି କାରଣରୁ ବନ୍ଦ ହୋଇଯିବା କାରଣରୁ ସେମାନେ ବଡ଼ ଅସୁବିଧାରେ ଚଳୁଥିଲେ । ସ୍ଵାମୀ କୌଣସି କାମଧନ୍ଦା ପାଉ ନଥିବାରୁ ପରିବାର ଚଳାଇବା ତାଂକ ପାଇଁ କଷ୍ଟକର ଥିଲା । ସେଥିପାଇଁ ଗୀତାଙ୍କୁ ଚାକିରି ଖଣ୍ଡେ ପାଇଁ କହିଥଲେ । ଗୀତା ତାଙ୍କୁ ଚାକିରି ଦେବ ବୋଲି ପ୍ରତିଶୃତି ଦେଇଥିଲା ।

ଗୀତା ମହିଳାଙ୍କୁ ଚାକିରି ଦେବା ନାଁରେ ପ୍ରଦୀପ ନାମକ ଜଣେ ପ୍ରପଟି ଡ଼ିଲ୍‌ରଙ୍କ ପାଖକୁ ପଠାଇଥିଲା । ପ୍ରଦୀପ ମହିଳାଙ୍କୁ ଚାକିରି ଦେବା ନାଁରେ ଦୁଷ୍କର୍ମ କରିଥିଲା । ଏହି ଦୁଷ୍କର୍ମ ସମୟର ଭିଡ଼ିଓ ମଧ୍ୟ ସୁଟିଂ କରିଥିଲା । ଏହି ଭିଡ଼ିଓ ଦେଖାଇ ସେମାନେ ବାରମ୍ବାର ଦୁଷ୍କର୍ମ କରିବା ସହ ଅନ୍ୟମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ମହିଳାଙ୍କୁ ଗୀତା ଓ ପ୍ରଦୀପ ବ୍ଲାକମେଲ କରୁଥିବା କଥା ଥାନାରେ ଆଣିଛନ୍ତି ଅଭିଯୋଗ ।

ମହିଳାଙ୍କୁ ଚାକିରି ଦେବା ନାଁରେ ଏଭଳି ବିଭିନ୍ନଜାଗାକୁ ଡ଼ାକି ଦେହ ବ୍ୟବସାୟ ଜୋରଜବରଦସ୍ତ ଭାବେ କରୁଥିବା କଥା କହିଛନ୍ତି ପୀଡ଼ିତା । ଏହି ସମୟରେ ମହିଳାଙ୍କ ଦେହ ଖରାପ ହେବା ପରେ ମହିଳାଙ୍କୁ ଲୋକମାନ୍ୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ମଧ୍ୟ ଦୁଇ ଜଣ ଅପରିଚିତ ଦୁଷ୍କର୍ମ କରିଥିଲେ । ତା ପରେ ମହିଳାଙ୍କୁ ହସପିଟାଲରୁ ନେଇ ବିଶ୍ରାମ ନେବା ନାଁରେ ରାନୀ ଗାର୍ଡ଼େନ ନେଇଥିଲେ । ସେଠାରେ ମଧ୍ୟ ପୂର୍ବ ଯୋଜନା ଅନୁସାରେ ୩ଜଣ ଦୁଷ୍କର୍ମ କରିଥିବା କଥା କହିଛନ୍ତ ମହିଳା । ଏପରିକି ଏକ ସପ୍ତାହ ଭିତରେ ୯ଜଣ ଲୋକ କରିଥିଲେ ଦୁଷ୍କର୍ମ ।

ମହିଳାଙ୍କୁ ବ୍ଲାକମେଲ କରି ଏପରି କରୁଥିବା କଥା କହିଛନ୍ତି । ୨୨ ବର୍ଷ ବୟସ୍କ ପଶ୍ଚିମବଙ୍ଗର ମହିଳାଙ୍କୁ ଗୀତା ଏପରି ଧନ୍ଦାରେ ଲଗାଇବା ପାଇଁ ସୁଟିଂ କରିଥିବା ଅଶ୍ଳୀଳ ଭିଡ଼ିଓକୁ ଅସ୍ତ୍ର କରିଥିବା କଥା ମହିଳା ଥାନାରେ ଅଭିଯୋଗ ଆଣିଥିଲେ ।

ଏହି ଅଭିଯୋଗ ଅନୁସାରେ ଗୀତା ଓ ପ୍ରପଟି ଡ଼ିଲରଙ୍କୁ ଗିରଫ କରିଛି ପୋଲିସ ।

   Related Posts