ଅଶ୍ଳୀଳ ଭିଡିଓରୁ ବ୍ଲାକମେଲ

Published By : Prameya-News7 Bureau | July 31, 2018 IST

ଅଶ୍ଳୀଳ ଭିଡିଓରୁ ବ୍ଲାକମେଲ । ବରଗଡ ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତେ।ଳନ କରି ବ୍ଲାକମେଲ କରୁଥିବା ଜଣେ ଯୁବକକୁ ଗିରଫ କରିଛି ପେ।ଲିସ୍ । ଗିରଫ ଅଭିଯୁକ୍ତ ଜୟଦେବ ବିହାର ଅଞ୍ଚଳର ଅନନ୍ତ ମହାରଣା । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ କରୁଥିବା ବେଳେ ପେଶାରେ ସାମ୍ବାଦିକ ମଧ୍ୟ । ଅନନ୍ତଙ୍କର ନ୍ୟୁଜ ୯ ନାମକ ଏକ ୱେଭ ପୋର୍ଟାଲ ମଧ୍ୟ ଥିବା ଜଣାପଡିଛି । ତେବେ ଅନନ୍ତଙ୍କ ଦ୍ବିତୀୟ ପତ୍ନୀ, ନିତେଶ ଶର୍ମା ନାମକ ବ୍ୟବସାୟୀଙ୍କର କିଛି ଅଶ୍ଳୀଳ ଭିଡିଓ ଉତ୍ତେ।ଳନ କରିଥିଲେ । ଯାହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀ ବ୍ୟବସାୟୀଙ୍କୁ ବ୍ଲାକମେଲ କରୁଥିଲେ । ଏହି ଭିଡିଓ ମାଧ୍ୟରେ ନିତେଶଙ୍କ ଠାରୁ ୫ଲକ୍ଷ ଟଙ୍କା ଦାବି କରିଥିଲେ ଅନନ୍ତ । ତେବେ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ନିତେଶ । ଏତଲା ପରେ ଅଭିଯୁକ୍ତ ଅନନ୍ତଙ୍କୁ ଗିରଫ କରିଛି ପେ।ଲିସ । ତେବେ ଘଟଣାରେ ସମ୍ପୃକ୍ତ ଅନନ୍ତଙ୍କ ଦ୍ବିତୀୟ ପତ୍ନୀ ଫେରାର୍ ଥିବା ବେଳେ ତାଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି ପେ।ଲିସ୍ । ଅନ୍ୟପଟେ କେବଳ ନିତେଶ ନୁହନ୍ତି ପୁରୀର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରିଥିଲେ ଏହି ଦମ୍ପତି । ଯାହାକୁ ନେଇ ତାଙ୍କୁ ବ୍ଲାକମେଲ କରିବାକୁ ଯେ।ଜନା କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.