Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଳା ମୃଗ ଶିକାର ମାମଲାରେ ସୈଫ, ସୋନାଲି, ତବୁ, ନିଲମଙ୍କୁ ହାଇକୋର୍ଟଙ୍କ ନୋଟିସ

20/05/2019 at 11:35 AM

ଯୋଧପୁର ୨୦/୫ : ରାଜସ୍ଥାନର ବହୁ ଚର୍ଚ୍ଚିତ କଳା ମୃଗ ଶିକାର ମାମଲାରେ ପୁଣିଥରେ ଫିଲ୍ମ ଅଭିନେତା ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଅଡୁଆ ବଢିଛି । ରାଜ୍ୟ ସରକାରଙ୍କ ଅପିଲ ଅନୁଯାୟୀ ହାଇକୋର୍ଟ ଏମାନଙ୍କୁ ନୋଟିସ ଜାରି କରିଛନ୍ତି । ବିଚାରପତି ମନୋଜ ଗର୍ଗ ଏହି ନୋଟିସ ଜାରି କରିଛନ୍ତି । ମାମଲାର ଆସନ୍ତା ଶୁଣାଣି ୮ ସପ୍ତାହ ପରେ ହେବ । ଏହା ପୂର୍ବରୁ ସିଜିଏମ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଛାଡି ଦେଇଥିଲେ । ଏହାପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।


ଏହି ମାମଲାରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯୋଧପୁର ସିଜିଏମ କୋର୍ଟ ହରିଣ ଶିକାର କରିଥିବା ଅଭିଯୋଗରେ ସୈଫ ଅଲି ଖାନ, ନିଲମ, ସୋନାଲି ବେନ୍ଦ୍ରେ ଏବଂ ତବୁଙ୍କୁ ଅଭିଯୁକ୍ତ ମୁକ୍ତ କରିଦେଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରାଜ୍ୟ ସରକାର ଆପତ୍ତି ଦର୍ଶାଇଥିଲେ । ଏହି ମାମଲାରେ ସଲମାନ ଖାନଙ୍କୁ କୋର୍ଟ ୫ ବର୍ଷ ସଯା ଶୁଣାଇଥିଲେ । କିନ୍ତୁ ତାଙ୍କୁ ହାଇକୋର୍ଟଙ୍କ ଠାରୁ ଜାମିନ ମିଳିଯାଇଥିଲା । ଜାମିନ ଦେବା ପୂର୍ବରୁ କୋର୍ଟ ସଲମାନ ଖାନଙ୍କୁ ନିର୍ଦେଶ ଦେଇଥିଲେ ଯେ, ବିଦେଶ ଗସ୍ତରେ ଯିବା ପୂର୍ବରୁ ତାଙ୍କୁ କୋର୍ଟଙ୍କ ଅନୁମତି ନେବାକୁ ହେବ |


ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ ହମ୍ ସାଥ୍ ସାଥ୍ ହେଁ ଫିଲ୍ମ ସୁଟିଂ ବେଳେ ରାଜସ୍ଥାନରେ ଅକ୍ଟୋବର ୨ ତାରିଖରେ ସଲମାନ ଖାନଙ୍କ ଉପରେ ୨ଟି କଳା ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା | ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଉପରେ ଶିକାର ପାଇଁ ଉସୁକାଇବା ଅଭିଯୋଗ ହୋଇଥିଲା | ସଲମାନ ଖାନଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ଯେଉଁ ବନ୍ଧୁକରେ ସେ ଶିକାର କରିଥିଲେ ତାର ଲାଇସେନ୍ସର ବୈଧତା ଶେଷ ହୋଇଯାଇଥିଲା |

   Related Posts