Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଆସନ୍ତା ବର୍ଷ ୫ଜି ଫୋନ୍ ନେଇ ଆସିବ ବ୍ଲାକବେରୀ, ଆଣ୍ଡ୍ରୋଏଡ୍ ସଫ୍ଟଓୟାର ସହ ରହିବ କିବୋର୍ଡ

20/08/2020 at 7:15 PM

ନୂଆଦିଲ୍ଲୀ, ୨୦|୦୮:  ମୋବାଇଲ କମ୍ପାନୀ ବ୍ଲାକବେରୀ ୫ଜି ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି । ଏହାକୁ କମ୍ପାନୀ ୨୦୨୧ରେ ଲଞ୍ଚ୍ କରିବ ବୋଲି ଲକ୍ଷ୍ୟ ରଖିଛି । ଏଥିରେ କ୍ୱେରଟୀ କିପ୍ୟାଡ୍ ରହିବ ।  

ନିକଟରେ ବ୍ଲାକବେରୀ ଓ ଏଫଆଇଏଚ ମୋବାଇଲ୍ ମଧ୍ୟରେ ଭାଗିଦାରୀ ହୋଇଛି । ଚୁକ୍ତି ଅନୁସାରେ ବ୍ଲାକବେରୀ ଅନଓ୍ୱାର୍ଡସ୍ ମୋବିଲିଟିକୁ ୫ଜି ମୋବାଇଲ୍ ତିଆରି କରିବାକୁ ଅଧିକାର ପ୍ରଦାନ କରିଛି । ଏବେ ଅନଓ୍ୱାର୍ଡ ମୋବିଲିଟି ଉତ୍ତର ଆମେରିକାରେ ବ୍ଲାକବେରୀର ବ୍ୟବସାୟ ସମ୍ଭାଳିବ । ସେହିପରି ଏଫଆଇଏଚ ମୋବାଇଲ୍ ସ୍ପାର୍ଟଫୋନର ଡିଜାଇନ୍ ଓ ଉତ୍ପାଦନ ଦାୟିତ୍ୱ ନେବ ।

ଆଣ୍ଡ୍ରୋଏଡ୍ ଅଥରିଟୀର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଆରମ୍ଭରେ ବ୍ଲାକବେରୀ ଓ ଟିସିଏଲ ଅଲଗା ହୋଇଥିଲେ । ଟିସିଏଲ ବ୍ଲାକବେରୀର କୌଣସି ଫୋନ୍ ଉତ୍ପାଦନ କରିବ ନାହିଁ ବୋଲି ଘୋଷଣା କରିଥିଲା । ଏବେ ଅନଓ୍ୱାର୍ଡମୋବିଲିଟି ଫକ୍ସକନ୍ ଓ ଏଫଆଇଏସ ମୋବାଇଲ ସହ ମିଶି ବ୍ଲାକବେରୀ ୫ଜି ସ୍ମାର୍ଟଫୋନ ଉପରେ କାମ କରିବ । ଏହାକୁ ପ୍ରଥମେ ଉତ୍ତର ଆମେରିକା ଓ ୟୁରୋପ ବଜାରରେ ଉପଲବ୍ଧ କରାଯିବ ।

ବ୍ଲାକବେରୀ ସିଇଓ ଜନ୍ ଚେନ୍ କହିଛନ୍ତି ଯେ, ବ୍ଲାକବେରୀ ୫ଜି ଫୋନରେ ଫିଜିକାଲ କି ବୋର୍ଡ ରହିବ । କମ୍ପାନୀ ୟୁଜରଙ୍କ ସୁରକ୍ଷାରୁ ପ୍ରାଥମିକତା ଦେବ । ଏହାସହ ଅଫର୍ ସହ ମୋବାଇଲକୁ ଲଞ୍ଚ୍ କରାଯିବ ।

   Related Posts