Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭକ୍ତଙ୍କ ଦୁଃଖ ହରୁଥିବା କାଳିଆ ଠାକୁର ହେଲେ ନିଜେ ଦୁଃଖୀ, ବାତ୍ୟା ବେଳେ ଶ୍ରୀମନ୍ଦିରରେ ଫାଟ ଯୋଗୁଁ ମହାପ୍ରସାଦ ଉପରେ ପଡିଲା କଳାପାଣି !

11/05/2019 at 10:27 AM

ପୁରୀ ୧୧|୫ (କିଶନ ବରାଇ): କାଳିଆ ଠାକୁରଙ୍କ ଭୋଗରେ ପଡ଼ିଲା କଳାପାଣି । ବାତ୍ୟା ଦିନ ଷାଠିଏ ପଉଟି ଖିଆ କାଳିଆ ସାଆନ୍ତଙ୍କ ପାଇଁ କୁଡ଼ୁଆ କୁଡ଼ୁଆ ଅବଢ଼ା ଅନ୍ନ ଭୋଗଲାଗିବାକୁ ରଖା ହୋଇଥିବା ବେଳେ ସେଥିରେ ପଡ଼ିଥିଲା କଳାପାଣି । ହେଲେ ସେ କଳାପାଣି କୁଆଡ଼ୁ ଆସିଲା ସେକଥା ଜାଣିପାରୁନାହାନ୍ତି ସେବାୟତ । ଏହାକୁ ନେଇ ମଧ୍ୟ ଅନେକଙ୍କ ମନରେ ସୃଷ୍ଟି ହୋଇଛି ଆଶଙ୍କା ।

ଅତ୍ୟନ୍ତ  ଭୟଙ୍କର ଥିଲା ସେ ମୂହୁର୍ତ୍ତ । ପ୍ରବଳ ପବନ ମାଡ଼ରେ ଥରି ଉଠୁଥିଲା ଶ୍ରୀକ୍ଷେତ୍ର । ଘୁ ଘୁ ହୋଇ ବିକଟାଳ ଗର୍ଜନ କରୁଥିଲା  ବିଶାଳ ସମୁଦ୍ରର ଢ଼େଉ । ଠିକ୍‌ ଏହି ସମୟରେ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିଲା ଅନ୍ନ ମହାପ୍ରସାଦ । ଷାଠିଏ ପଉଟି ଭୋଗଖିଆ ଠାକୁରଙ୍କ ନିକଟରେ ଲାଗି ହେବାକୁ ଥିଲା କୁଡୁଆ କୁଡୁଆ ଅବଢ଼ା ଅନ୍ନ । ହେଲେ ହଠାତ୍‌ ଏ କ’ଣ ଘଟିଲା । ଠାକୁରଙ୍କ ଭୋଗ ପାଇଁ ବଢ଼ାଯାଇଥିବା ଅନ୍ନ ମହାପ୍ରସାଦ ଉପରେ ପଡ଼ିଲା କଳାପାଣି । କୁଆଡ଼ୁ ଆସିଲା ଏ କଳାପାଣି । ଉପସ୍ଥିତ ସେବାୟତ ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶ୍ରୀମନ୍ଦିର ଉପରେ ଢୁ ଢୁ ବର୍ଷା ଗାଳୁଥିଲା ।  ଜଗମୋହନ ଦେଇ ଝରିଆସୁଥିଲା ବର୍ଷା ଜଳ । ଆଉ ଏହି ବର୍ଷା ଜଳ ସିଧାସଳଖ ଆସି ପଡ଼ୁଥିଲା ଭୋଗମଣ୍ଡପ ରେ ଲାଗି ହେବାକୁ ଥିବା ମହାପ୍ରସାଦ ଉପରେ । ଶ୍ରୀମନ୍ଦିର ଭିତର ପଟରେ ଲାଗିଥିବା କଳା ସବୁ ଏହି ବର୍ଷା ଜଳରେ ଭାସି ଆସି ମହାପ୍ରସାଦ ଉପରେ ପଡ଼ିଥିଲା । ସେତେବେଳେ ସେଠାରେ ଉପସ୍ଥିତ ସେବାୟତ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ । ବିକଳ ହୋଇ ଡାକୁଥିଲେ  । ହେ ମହାପ୍ରଭୁ । ଏ କଣ ହେଉଛି । କିଏ ଆପଣଙ୍କର ମହାପ୍ରସାଦରେ ଢାଳିଲା କଳାପାଣି । ଅସହାୟ ହୋଇ କେବଳ ମହାପ୍ରଭୁଙ୍କୁ ହାତ ଟେକି ଡାକିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ବି ନଥିଲା ।

ବାତ୍ୟା ଫୋନି ପ୍ରଭାବରେ କ୍ଷତବିକ୍ଷତ ହୋଇଛି ଶ୍ରୀମନ୍ଦିର । ଏମିତିକି ନାରଖାର ହୋଇଛନ୍ତି କଳାଠାକୁର । ହେଲେ ସେବାୟତ ଏବେବି ଭୁଲି ପାରୁନାହାନ୍ତି ସେ ଭୟଙ୍କର ମୂହୁର୍ତ୍ତର କଥା ।

   Related Posts