Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏ ହେଉଛି ଚାରି ଦୋଷୀଙ୍କ ବ୍ଲାକ ଓ୍ଵାରେଣ୍ଟ: ନମରିବା ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀରେ ଝୁଲାଇ ରଖାଯାଉ…

19/03/2020 at 4:19 PM

ନୂଆଦିଲ୍ଲୀ ୧୯। ୦୩ : ଦୋଷୀଙ୍କୁ ନମରିବା ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖାଯାଉ… ଫର୍ମ ନମ୍ବର ୪୨, ଅର୍ଥାତ ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ)ରେ ଲେଖା ହୋଇଥିବା ଏହି ଧାଡି କେଡେ କେଡେ ଅପରାଧୀଙ୍କ ନିଦ ଉଡାଇ ଦେବା ପାଇଁ ପର୍ଯ୍ୟାପ୍ତ ଅଟେ। ଆଇନ ଭାଷାରେ ଏହାକୁ ବ୍ଲାକ ଓ୍ଵାରେଣ୍ଟ(Black Warrant) ବା ଡେଥ୍ ଓ୍ଵାରେଣ୍ଟ(Death Warrant) ମଧ୍ୟ କୁହାଯାଏ। ଏ ହେଉଛି ସେହି ଆଦେଶ ଯାହା ପରେ ମୃତ୍ୟୁ ସଜା ପାଇଥିବା ଦୋଷୀଙ୍କୁ ଫାଶୀର ଫନ୍ଦାରେ ଝୁଲାଯାଏ। ନିର୍ଭୟା ଦୋଷୀଙ୍କ ପାଇଁ ମାର୍ଚ୍ଚ ୨୦ର ମୃତ୍ୟୁ ପରଓ୍ଵାନା ପୂର୍ବରୁ ଜାରି ହୋଇ ସାରିଛି। ଫାଶୀର କିଛି ସମୟ ପୂର୍ବରୁ ଜାରି  ହେଉଥିବା ଏହି ଓ୍ଵାରେଣ୍ଟ ବିଷୟରେ ଜାଣନ୍ତୁ।

ସରଳ ଭାଷାରେ କହିବାକୁ ଗଲେ ଏହା ଫାଶୀ ସହ ଜଡିତ ଆନୁଷ୍ଠାନିକ ସୂଚନା ହୋଇଥାଏ। ଏଥିରେ କୋର୍ଟ ଜଣାଇଥାଏ ଯେ, ଫାଶୀ କାହାକୁ, କେବେ ଓ କେଉଁଠି ଦିଆଯିବ। କୋର୍ଟ ପକ୍ଷରୁ ଏହି ସୂଚନା ଜେଲ୍ ଇନଚାର୍ଜଙ୍କୁ ପ୍ରଦାନ କରାଯାଇଥାଏ।

ବ୍ଲାକ ଓ୍ଵାରେଣ୍ଟରେ କଣ ଲେଖା ଯାଇଥାଏ ?

ବ୍ଲାକ ଓ୍ଵାରେଣ୍ଟ କିମ୍ବା ଡେଥ୍ ଓ୍ଵାରେଣ୍ଟରେ ସବୁଠୁ ଉପରେ ରହିଛି  ଜେଲର ନାମ। ପୁଣି ଦୋଷୀର ନାମ, କେସ ନମ୍ବର, ବର୍ଷ, ତାରିଖ ଓ ସମୟ ଆଦିର ସୂଚନା ଲେଖା ହୋଇଥାଏ। ଏଥିରେ ଅର୍ଡର ଜାରି କରିଥିବା କୋର୍ଟର ନାମ ମଧ୍ୟ ରହିଥାଏ। ଏହି ଓ୍ଵାରେଣ୍ଟରେ ସ୍ପଷ୍ଟ ଭାବେ ଲେଖା ହୋଇଥାଏ, ଯେ ପର୍ଯ୍ୟନ୍ତ ମୃତ୍ୟୁ ନହୋଇଛି ସେ ପର୍ଯ୍ୟନ୍ତ ଫାଶୀରେ ଝୁଲାଇ ରଖାଯାଉ। ଏହାକୁ ଟ୍ରାଏଲ କୋର୍ଟର ଜଜ୍ ଜାରି କରନ୍ତି, ଯିଏ ଫାଶୀର ସଜା ଶୁଣାଇଥାନ୍ତି।

ପୂର୍ବେ ଗୋପନୀୟ ରଖାଯାଉଥିଲା ଡେଥ୍ ଓ୍ଵାରେଣ୍ଟ

ତିହାରରେ ଜେଲ୍‌ର ଥିବା ସୁନିଲ ଗୁପ୍ତା ଡେଥ୍ ଓ୍ଵାରଣ୍ଟ ନାମରେ ଏକ ପୁସ୍ତକ ଲେଖିଛନ୍ତି। ସେ କୁହନ୍ତି ଯେ, ପୂର୍ବେ ଡେଥ୍ ଓ୍ଵାରେଣ୍ଟ ଜାରିକୁ ଗୋପନୀୟ ରଖାଯାଉଥିଲା। ଆତଙ୍କୀ ଅଫଜଲ ଗୁରୁକୁ  ଫାଶୀ ଦେବା ସମୟରେ ଏମିତି ହିଁ କରାଯାଇଥିଲା। ମାତ୍ର ଏବେ ସୁପ୍ରିମକୋର୍ଟର ଗାଇଡ୍ ଲାଇନ୍ ଆସିବା ପରେ ଡେଥ୍ ଓ୍ଵାରେଣ୍ଟ ଜାରି ହେବା ପରେ ଏହାକୁ ସାର୍ବଜନୀନ କରାଯାଉଛି। ଏଥରେ ଆଉ ଏକ ପରିବର୍ତ୍ତନ କରାଯାଇଛି, ପୂର୍ବେ ଡେଥ୍ ଓ୍ଵାରେଣ୍ଟ ଜାରି ହେବାର ଗୋଟିଏ ସପ୍ତାହ ପରେ ଫାଶୀ ହେଉଥିଲା, ମାତ୍ର ଏବେ ଦୋଷୀଙ୍କୁ ୧୪ ଦିନର ମହଲତ ଦିଆଯାଉଛି।

ଡେଥ୍ ଓ୍ଵାରେଣ୍ଟ ଲେଖି ଭଙ୍ଗା ଯାଏ କଲମ

ଫିଲ୍ମର ସେହି ଦୃଶ୍ୟ ଆପଣଙ୍କର ମନେ ଥିବ। କୌଣସି ଦୋଷୀଙ୍କୁ ଫାଶୀର ସଜା ଶୁଣାଗଲେ ଜଜ୍ କଲମର ମୁନ ଭାଙ୍ଗି ଦିଅନ୍ତି। ଏହା ବାସ୍ତବରେ ମଧ୍ୟ ହୋଇଥାଏ। ବ୍ରିଟିଶ ସମୟରୁ ଏହି ପରମ୍ପରା ଚାଲି ଆସୁଛି। ଏହା କୁହାଯାଏ ଯେ, ଜଜ କଲମର ମୁନକୁ ଏଥିପାଇଁ ଭାଙ୍ଗନ୍ତି ଯଦ୍ଵାରା ପୁନର୍ବାର ଆଉ କାହାକୁ ଫାଶୀ ସଜା ନମିଳୁ ଏବଂ କେହି ଏହି ଧରଣର ଅପରାଧ ନକରୁ।

   Related Posts