ରାଜଧାନୀର ଫ୍ଲାଇଓଭରରେ ମାତିଛନ୍ତି ବ୍ଲାକ ପଲସର ଲୁଟେରା ଗ୍ୟାଙ୍ଗ : ମାରଣାସ୍ତ୍ର ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି

Published By : Prameya-News7 Bureau | May 26, 2019 IST

ଅସୁରକ୍ଷିତ ରାଜଧାନୀର ହାଇଓ୍ବେ ଫ୍ଲାଇଓଭର । ପ୍ରତିଦିନ ଫ୍ଲାଇଓଭରରେ ଲୁଟ ହେଉଛି । ମାତ୍ର କମିଶରେଟ ପୋଲିସର ନିଘା ନାହିଁ । ପାଟ୍ରୋଲିଂ ନାହିଁ କହିଲେ ଚଳେ ।

{"id":116194,"align":"center","width":581,"height":436}

ସାବଧାନ । ରାଜଧାନୀରେ ମାତିଛନ୍ତି ବ୍ଲାକ ପଲସର ଲୁଟେରା ଗ୍ୟାଙ୍ଗ । ସହରର ଗଳି କନ୍ଦିରେ ପଲସର ଧରି ବୁଲୁଛନ୍ତି ଗ୍ୟାଙ୍ଗର ସଦସ୍ୟ । ଆଉ ଯାହାକୁ ହାବୁଡରେ ପାଇଲେ ମାରଣାସ୍ତ୍ର ଦେଖାଇ ସର୍ବସ୍ବ ଲୁଟି ନେଉଛନ୍ତି । ତେବେ ଏହି ଗ୍ୟାଙ୍ଗର ଟାର୍ଗେଟ ଏରିଅା ରାଜଧାନୀ ମଧ୍ୟ ଦେଇ ଯାଇଥିବା ହାଇଓ୍ବେ ଫ୍ଲାଇଓଭର । କମିଶରେଟ ପୋଲିସର ପଟ୍ରୋଲିଂ ବ୍ୟବସ୍ଥା ଠିକ ନ ଥିବାରୁ ଏଭଳି ଲୁଟ ବଢି ଚାଲିଛି ବୋଲି ଅଭିଯୋଗ ହୋଇଛି । ନ୍ୟୁଜ ସେଭେନ ଟିମ୍ ଏହାକୁ ନେଇ ସରଜମିନ ତଦନ୍ତ ବାହାରିଥିଲା । ଭୁବନେଶ୍ବର ପଳାଶୁଣି ଛକରୁ ବରମୁଣ୍ଡା ଫ୍ଲାଇଓଭର ଦୀର୍ଘ ୮ କିଲୋମିଟର ରାସ୍ତା ବୁଲିଥିଲୁ । ଦୀର୍ଘ ଦୁଇ ଘଣ୍ଟା ଧରି ନ୍ୟୁଜ ସେଭେନ ଟିମ ଫ୍ଲାଇଓଭର ରାସ୍ତା ଉପରେ ସରଜମିନ ତଦନ୍ତ କରିଥିଲା । ମାତ୍ର ସେହି ସମୟ ଭିତରେ କମିଶନରେଟ ପୋଲିସର କୌଣସି ପାଟ୍ରୋଲିଂ ଗାଡି ଦେଖିବାକୁ ମଳି ନ ଥିଲା ।

{"id":116195,"align":"center","width":589,"height":440}

ଗତ ଏକ ସପ୍ତାହ ମଧ୍ୟରେ ରାଜଧାନୀରେ ୪ ଟି ବଡ ଧରଣର ଲୁଟ ହୋଇସାରିଲାଣି । ସବୁ ଲୁଟ୍ ବ୍ଲାକ ପଲସର ଗ୍ୟାଙ୍ଗ କରିଛି । ଲୁଟ୍ ସ୍ଥାନ ରାଜଧାନୀନ ମଧ୍ୟ ଦେଇ ଯାଇଥିବା ହାଇଓ୍ବେ ଫ୍ଲାଇଓଭର । ସିରିଜ ଲୁଟ ପରେ କମିଶନରେଟ ପୋଲିସର ନିଦ ଭାଙ୍ଗୁନି । ନାମକୁ ମାତ୍ର ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଛି ବୋଲିସ କମିଶନରେଟ ପୋଲିସ ଡିଣ୍ଡିମ ପିଟୁଛି । ସେପଟେ ପ୍ଲାଇଓଭରରେ ପାଟ୍ରୋଲିଂ ରୋଜଦାର ହେବ ବୋଲିସ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.