ଗୋଟିଏ ଗଛରେ ଚଢ଼ିଗଲେ କଳା ଚିତାବାଘ ଏବଂ କଲରା ପତରିଆ ବାଘ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | March 09, 2021 IST

ବେଙ୍ଗାଲୁରୁ, ୦୯/୦୩: ସୋସାଲ୍‌ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ମଜାଦାର ଏବଂ ହୃଦୟସ୍ପର୍ଶୀ ଭିଡିଓ ଆପଣମାନେ ଦେଖିଥିବେ । ଟ୍ୱିଟରରେ କିଛି ବ୍ୟବହାରକାରୀ ଜୀବଜନ୍ତୁଙ୍କ ଭିଡିଓ ଏବଂ ଫଟୋ ସେୟାର କରି ଏହାକୁ ଭାଇରାଲ୍‌ କରିଥାନ୍ତି । ସେହିପରି ଏକ ଭିଡିଓ ଏବେ ଟ୍ୱିଟରରେ ଭାଇରାଲ୍‌ ହେବାରେ ଲାଗିଛି ।

ଓହି ଭିଡିଓଟି କର୍ଣ୍ଣାଟକର କାବିନୀ ଅଭୟାରଣ୍ୟର ହୋଇଥିବା ଜଣାପଡ଼ିଛି । ଏଥିରେ ଏକ ବ୍ଲାକ୍‌ ପାନ୍ଥର ବା କଳା ଚିତାବାଘ ଏବଂ ଗୋଟିଏ କଲରା ପତରିଆ ବାଘ ପରସ୍ପରକୁ ତୀକ୍ଷ୍ନ ନଜରରେ ଚାହୁଁଥିବା ଦେଖିବାକୁ ମିଳୁଛି ।

ଇନ୍‌ଫୋସିସ୍‌ର ସହ ସଂସ୍ଥାପକ ନନ୍ଦନ ନିଲେକାନି ଏହି ଭିଡିଓଟିକୁ ଟ୍ୱିଟରରେ ଅପଲୋଡ କରିଥିବା ଜଣାପଡ଼ିଛି । ଏଥିରେ ବ୍ଲାକ୍‌ ପାନ୍ଥର ଏବଂ ଚିତାବଘ ଗୋଟିଏ ଗଛରେ ଚଢ଼ିଥିବା ଦେଖାଯାଉଛି । ଏହି ଗୋଟିଏ ମିନିଟ୍‌ର ଭିଡିଓରେ ଉଭୟ ପରସ୍ପରକୁ ବାରମ୍ୱାର ଚାହୁଁଥିବା ଦେଖାଯାଉଛି ।

wp:html /wp:html

ଏହି ଭିଡିଓକୁ ସେୟାର କରି ନିଲେକାନି ଲେଖିଛନ୍ତି ଯେ, ଏହାକୁ ସେ ମାର୍ଚ୍ଚ ମାସ ୬ ତାରିଖରେ କାବିନୀ ଅଭୟାରଣ୍ୟରେ ଦେଖିଥିଲେ । ଏଥିରେ ଦୁଇ ମହାବଳ ଜୀବଙ୍କ ମଧ୍ୟରେ ତିକ୍ତତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଏବଂ ଦୁହେଁ ଦୁହିଁକୁ କ୍ରୋଧରେ ଚାହୁଁଥିବା ସେ ଲେଖିଛନ୍ତି । ଏହି ଫଟୋର କ୍ରେଡିଟ୍‌ ସେ ବିଜୟ ପ୍ରଭୁଙ୍କୁ ଦେଇଛନ୍ତି ।

ତେବେ ଏହା ଟ୍ୱିଟର୍‌ରେ ଅପଲୋଡ୍‌ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦୋଖି ସାରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.