ଇମ୍ରାନଙ୍କ ଆର୍ମୀର ଦୁର୍ନୀତିଗ୍ରସ୍ତ ଜେନେରାଲ, ୪ ଦେଶରେ ୯୯ କମ୍ପାନୀ-୧୩୪ ରେଷ୍ଟୁରାଣ୍ଟ, ସିପିଇସିର ମୁଖ୍ୟଙ୍କ ପାଖରେ ପୁଳାପୁଳା କଳା ଟଙ୍କା

Published By : Prameya-News7 Bureau | September 01, 2020 IST

ଲାହୋର, ୦୧|୦୯:  ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ସେନାରେ ଦୁର୍ନୀତି ବାବଦରେ ଏକ ବଡ ସତ ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କୁହାଯାଇଛି ଯେ,  ପୂର୍ବତନ ଜେନେରାଲ ଅସୀମ ସଲିମ୍ ବାଜଓ୍ୱା ସେନାରେ ଥିବା ବେଳେ ଖୁବ୍ ଅର୍ଥ କମାଇଥିଲେ । ତାଙ୍କ ପରିବାର ପାଖରେ ୧୩୩ ରେଷ୍ଟୁରାଣ୍ଟ ଓ ୯୯ଟି କମ୍ପାନୀ ରହିଛି । କେବଳ ଏତିକି ନୁହେଁ ତାଙ୍କ ବ୍ୟବସାୟ ଅନେକ ଦେଶରେ ରହିଛି ।

ପାକିସ୍ତାନୀ ସାମ୍ବାଦିକ ଅହମ୍ମଦ ନୁରାନୀ ଏବାବଦରେ କହିଛନ୍ତି । ସେ କହିଛନ୍ତି ଯେ, ପୂର୍ବତନ ଜେନେରାଲ ଅସୀମଙ୍କ ବ୍ୟବସାୟ ପାକିସ୍ତାନ, ୟୁଏଇ କାନାଡା ଓ ଆମେରିକାରେ ରହିଛି । ସେ ସେନାରେ ଥିବା ବେଳେ ବଡ ଧରଣର ଦୁର୍ନୀତି କରିଥିଲେ । ଫଳରେ ସେ କୋଟି କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ଛିଡା କରିଛନ୍ତି । ବାଜଓ୍ୱା ଚୀନ-ପାକିସ୍ତାନ ଇକୋନୋମିକ୍ କରିଡରର ଚେୟାରମ୍ୟାନ୍ ଅଛନ୍ତି । ଏପକିକି ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ।ଚୀନ ସହ ସୁସମ୍ପର୍କ ଥିବାରୁ ସେ ସିପିଇସିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ ।

{"id":323592,"sizeSlug":"large"}

ବାଜଓ୍ୱାଙ୍କର ୬ ଭାଇ ଓ ୩ ଉଉଣୀ ରହିଛନ୍ତି । ତାଙ୍କ ଛୋଟ ଭାଇ ୨୦୦୨ରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ । ଏହି ସମୟରେ ସେ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ । ଏପରିକି ତାଙ୍କ ଭାଇ ନଦୀମ ମଧ୍ୟ ପିଜା ଡେଲିଭରୀ ବୟ ଭାବେ କାମ କରୁଥିଲେ । ଆଜି  ନଦୀମ ଓ ଅସୀମଙ୍କ ପାଖରେ ୯୯ଟି କମ୍ପାନୀର ମାଲିକାନା ରହିଛି ।  ବାଜଓ୍ୱା ପରିବାର ପାଖରେ ଏକ ପିଜା କମ୍ପାନୀ ଓ ୧୩୩ ରେଷ୍ଟୁରାଣ୍ଟ ରହିଛି । ଯାହାର ଦାମ୍ ୪ କୋଟି ଡଲାର ଅଟେ ।

ରିପୋର୍ଟରୁ ଜଣାପଡିଛି ଯେ, ବାଜଓ୍ୱା ଜେନେରାଲ ଥିବା ବେଳେ ତାଙ୍କ ପରିବାର ୫୨.୨ ମିଲିଡନ ଡଲାର ବ୍ୟବସାୟ ବାବଦରେ ଖର୍ଚ୍ଚ କରିଥିଲେ । ଏହାସହ ଆମେରିକାରେ ୧୪.୫ ମିଲିୟନ ଡଲାରର ସମ୍ପତ୍ତି କିଣିଥିଲେ । ଏବେ ପାକିସ୍ତାନ ଆର୍ଥିତ ଦୁସ୍ଥିତି ଦେଇ ଗତି କରୁଛି । ଏହି ରିପୋର୍ଟ ନିଶ୍ଚିତ ଭାବେ ସରକାର ଓ ସେନାକୁ ବଡ ଝଟକା ପ୍ରଦାନ କରିପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.