Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଇଡି-ସିବିଆଇ-ଇନକମ୍‌ ଟ୍ୟାକ୍ସ ବିଭାଗ ସ୍କାନରରେ ବୈଜୟନ୍ତ-ଜଗି, ଓଟିଭି ଏବଂ ଓରଟେଲରେ ଲାଗିଛି କଳାଧନ

28/10/2020 at 9:35 AM

ଭୁବନେଶ୍ୱର ୨୮।୧୦:  ବେଆଇନ କାରବାର କରି ସାମ୍ରାଜ୍ୟ ଗଢ଼ିଥିବା ବୈଜୟନ୍ତ ଓ ଜାଗି ପଣ୍ଡା ଏବେ ଚକ୍ରବ୍ୟୁହରେ । ବେଆଇନ ଜମି ଜାଲିଆତିକୁ ନେଇ ଆଇନର ଫାଶରେ ଛଟପଟ ବୈଜୟନ୍ତଙ୍କ ନାମରେ ପୁଣି ସଙ୍ଗୀନ ଅଭିଯୋଗ ଆସିଛି । ଦରିଆପାରି ଭୂତ କମ୍ପାନି ସହ ବୈଜୟନ୍ତ ବେଆଇନ କଳାଟଙ୍କା କାରବାର କରିଛନ୍ତି । ନିଜ ମାଲିକାନାରେ ଥିବା ଅରଟେଲ କମ୍ୟୁନିକେସନ, ମେଟ୍ରୋ ସ୍କାଏ ନେଟ୍‌ ଓ ଓଟିଭିରେ ଏ କଳାଧନ ନିବେଶ ହୋଇଛି ।

ବାହାମାସ୍‌ର ଜାଲ୍‌ କଂପାନିରୁ ଏଭଳି ପ୍ରାୟ ୧୮ କୋଟି ଟଙ୍କା ପଣ୍ଡାଙ୍କ ମାଲିକାନାରେ ଥିବା ବିଭିନ୍ନ ସଂସ୍ଥାକୁ ଆସିଛି । ଟିକସ ଫାଙ୍କିବାକୁ ପଣ୍ଡା କଂପାନି ନିଜ ଟଙ୍କା ବାହାମାସ୍‌ ହାୱଲାରେ ପଠାଉଥିଲା । ପୁଣି ସେ ଟଙ୍କା ଗଳାବାଟରେ ତାଙ୍କ ସଂସ୍ଥାକୁ ନିବେଶ ଆକାରରେ ଆସୁଥିଲା । କଳା ଟଙ୍କା ଧଳା ହେଉଥିଲା ଏମିତି ତରିକାରେ । ପୂର୍ବତନ ସାଂସଦଙ୍କର ଏଭଳି ବେଆଇନ ଅର୍ଥ କାରବାର (ମନି ଲଣ୍ଡ୍ରିଂ)କୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ତଦନ୍ତ ପାଇଁ କୋର୍ଟ ଗତ ଫେବ୍ରୁଆରୀ ମାସରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନିଜ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ବୈଜୟନ୍ତ ଚାପି ଦେବାରେ ସଫଳ ହୋଇଛନ୍ତି । ତୁରନ୍ତ ମାମଲାର ଖୋଳତାଡ଼ କରିବାକୁ ସାମାଜିକ ସଂଗଠନ ‘ପାଥ୍‌’ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଛି । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ‘ପାଥ୍‌’ ଅଭିଯୋଗ କରିଥିଲା ।

ବୈଜୟନ୍ତ-ଜାଗି ବେଆଇନ ଭାବେ ବିଦେଶୀ ପାଣ୍ଠି କାରବାର କରିଛନ୍ତି । ଟିକସ ଚୋରି ସହ ସିଏସ୍‌ଆର ପାଣ୍ଠି ମଧ୍ୟ ହଡ଼ପ କରିଛନ୍ତି । ବାହାମାସ୍‌ରେ ଥିବା ୩ଟି ଜାଲ୍‌ କମ୍ପାନି ମେସିନା, ପିକିକା ଓ ଫିନ୍‌ଲେ ମାଧ୍ୟମରେ ଓରଟେଲକୁ ଭିନ୍ନ ଭିନ୍ନ ସମୟରେ କୋଟି କୋଟି ଟଙ୍କାର ନିବେଶ ଆସିଛି। ଏହି କଳାଧନ କାରବାରର ତଦନ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ୮ ମାସ ପରେ ବି ଶୀତଳଭଣ୍ଡାରରେ ପଡ଼ିଛି । ଏ ନେଇ କେନ୍ଦ୍ର ସରକାରଙ୍କ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏ ଘଟଣାର ପ୍ରକୃତ ତଦନ୍ତ ହେଲେ କଳାଧନର କଳା କାରବାର ଉପରୁ ପର୍ଦ୍ଦା ହଟିବ । ପଣ୍ଡାଙ୍କ ସଂସ୍ଥାରେ ବାହାମାସର ୩ଟି କମ୍ପାନି ନିବେଶ କରିଥିଲା ବେଳେ ବାହାମସ୍‌ ରେଜିଷ୍ଟ୍ରାର ଅଫ କମ୍ପାନି ରେକର୍ଡ ଅନୁସାରେ ଏ ୩ଟି କମ୍ପାନିର ଠିକଣା ଗୋଟିଏ । ତେଣୁ ଏ ସଂସ୍ଥାର ବୈଧତା ନେଇ ପ୍ରଶ୍ନ ଉଠିଛି । ଏ କମ୍ପାନିର କିଏ ନିର୍ଦ୍ଦେଶକ, କେଉଁ ବ୍ୟବସାୟ ପାଇଁ ଏହା ପଞ୍ଜୀକୃତ ତା’ର କିଛି ସୂଚନା ନାହିଁ ।

ନିଜ ବେଆଇନ ସାମ୍ରାଜ୍ୟକୁ ବଳୁଆ କରିବାକୁ ଅସ୍ତିତ୍ୱ ନଥିବା ବିଦେଶୀ ଭୂତ କମ୍ପାନିଠାରୁ ବୈଜୟନ୍ତ ପାଣ୍ଠି ଭିଡ଼ିବା ପଛରେ ଥିବା ରହସ୍ୟକୁ ନେଇ ଏବେ ନାନା ଚର୍ଚ୍ଚା । ଏବେ ଏ କମ୍ପାନିରେ ତାଲା ଝୁଲୁଛି । ସାମ୍‌ ଇନଭେଷ୍ଟମେଣ୍ଟ ଜରିଆରେ ବୈଜୟନ୍ତ ଏହି ୧୮ କୋଟିର ନିବେଶ ବେଆଇନ ଭାବେ ଭିଡ଼ିଥିଲା ବେଳେ ତାଙ୍କୁ ସହଯୋଗ କରିଛନ୍ତି ମଞ୍ଜୁଳା ଦେବୀ ଶ୍ରଫ୍‌ । ଦୁଇଟି ପର୍ଯ୍ୟାୟରେ ୧୮ କୋଟି ଟଙ୍କା ପଣ୍ଡା କମ୍ପାନିକୁ ଆସିଥିଲା ବେଳେ ପ୍ରକୃତରେ ପଣ୍ଡାଙ୍କ ଏ ଟଙ୍କା ହାୱଲା ମାଧ୍ୟମରେ ଭାରତରୁ ବାହାମାସ୍‌ ଯାଇଥିଲା । ଟିକସ ଫାଙ୍କିବାକୁ ବୈଜୟନ୍ତ-ଜାଗି-ମଞ୍ଜୁଳା ଚଞ୍ଚକତା କରିଥିଲେ । ପୁଣି ଏ ଟଙ୍କା ଟିକସ ଛାଡ଼ ହୋଇ ପଣ୍ଡା କମ୍ପାନିରେ ନିବେଶ ହୋଇଛି ।

ବାହାମାସର ଭୂତ କମ୍ପାନି ଫିନଲେ, ପିକିକା ଓ ମେସିନାର ମୋଟ ମୂଳଧନ ୬ ଲକ୍ଷ ହୋଇଥିଲା ବେଳେ ସେମାନେ କିଭଳି ଦୁଇଟି ଦଫାରେ ୧୮ କୋଟି ନିବେଶ କଲେ ତାହା ହିଁ ପ୍ରଶ୍ନବାଚୀ । ଏପରିକି ଏ ୩ ସଂସ୍ଥା କେଉଁ ସୂତ୍ରରୁ ଏ ପାଣ୍ଠି ଆଣିଲେ ସେ ସଂପର୍କରେ କିଛି ସୂଚନା ନାହିଁ । ସାମ ଇନଭେଷ୍ଟମେଣ୍ଟ ଜରିଆରେ ୧୮ କୋଟି ନିବେଶ ଆସିଥିଲା ବେଳେ ପ୍ରତ୍ୟକ୍ଷ ଭାବେ ସିଂହଭାଗ ଅର୍ଥ ଆସିଥିଲା ବେଳେ ପରୋକ୍ଷରେ ବଳକା ପାଣ୍ଠି ବୈଜୟନ୍ତଙ୍କ ସଂସ୍ଥାକୁ ନିବେଶ ଆକାରରେ ଫେରିଛି । ମିଡିଆରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ୧୦ କୋଟିର ସିଲିଂ ଥିବାରୁ ଚତୁରତାର ସହ ୧୮ କୋଟି ଟଙ୍କାକୁ ଭାଗ କରି ଫେରାଇ ଅଣାଯାଇଛି । ଫିନ୍‌ଲେ ଓ ପିକିକା ୧୦ କୋଟି ୩୦ ଲକ୍ଷ ଟଙ୍କା ଓରଟେଲରେ ସେୟାର କିଣି ନିବେଶ କରିଛନ୍ତି । ସମ୍ପୂର୍ଣ୍ଣ ବେଆଇନ ପ୍ରକ୍ରିୟାରେ କଳାଧନକୁ ପଣ୍ଡା କମ୍ପାନି ଧଳା କରି ନିଜ ସଂସ୍ଥାକୁ ଟାଣିଛନ୍ତି ।

ବଳକା ପ୍ରାୟ ସାଢ଼େ ୭ କୋଟି ଟଙ୍କାକୁ ଧଳା କରିବାକୁ ବୈଜୟନ୍ତ ମଧ୍ୟ ପରୋକ୍ଷ ପନ୍ଥା ଆପଣାଇଥିଲେ । ଫିନଲେ ଓ ମେସିନା ଦୁଇଟି ଭାରତୀୟ କମ୍ପାନି କାରୋଲେକ୍ସ ହୋଲଡିଙ୍ଗସ୍‌ ଓ ଟେଲିକମ୍‌ ଇନଭେଷ୍ଟମେଣ୍ଟର ସାଢ଼େ ୭ କୋଟି ଟଙ୍କାର ସେୟାର କିଣିଥିଲେ । ଏ ଭାରତୀୟ କମ୍ପାନିର ନିର୍ଦ୍ଦେଶିକା ହେଉଛନ୍ତି ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ମଞ୍ଜୁଳା । ପରେ ମଞ୍ଜୁଳା ଏ ଟଙ୍କା ବୁଲେଇ ବଙ୍କେଇ ଅରଟେଲକୁ ଦେଇଥିଲେ । ବୈଜୟନ୍ତ ଓ ଜାଗିଙ୍କ ମାଲିକାନାରେ ଥିବା ପଣ୍ଡା ଇନଭେଷ୍ଟମେଣ୍ଟ ଏବଂ ମେଟ୍ରୋ ସ୍କାଏନେଟ୍‌ କାରୋଲେକ୍ସଠାରୁ ଅରଟେଲ୍‌ ସେୟାର କମ୍‌ ମୂଲ୍ୟରେ (ଟ ୨.୫୫ ଓ ୧.୯୫)ରେ କିଣିଥିଲା । ଏ ସମୟରେ ଅରଟେଲର ସେୟାର ଦାମ୍‌ ଥିଲା ୭୯ ଟଙ୍କା । ଏହିଭଳି ଭାବେ ଚଞ୍ଚକତା ସହକାରେ ମନି ଲଣ୍ଡ୍ରିଂ କରି ଟିକସ ଫାଙ୍କି ନିଜର ୧୮ କୋଟି ଟଙ୍କାକୁ ଟିକସମୁକ୍ତ କରି ବୈଜୟନ୍ତ-ଜାଗି ପୁଣି ଫେରି ପାଇଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଓ ଅପରାଧ ।

ବେଆଇନ କଳା କାରବାରରେ ସଂପୃକ୍ତ ଏବଂ ବିବାଦୀୟ ବାବା ସ୍ୱାମୀ ନିତ୍ୟାନନ୍ଦଙ୍କ ସହ ସଂଶ୍ଳିଷ୍ଟ ମଞ୍ଜୁଳା ଦେବୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ମଞ୍ଜୁଳା ଓଟିଭି, ଅରଟେଲ୍‌ ସହ କିଶାନଗଡ଼ ଏନଭରନମେଣ୍ଟାଲର ନିର୍ଦ୍ଦେଶିକା ଅଛନ୍ତି । ପଣ୍ଡାଙ୍କ ମାଲିକାନାରେ ଥିବା ବିଭିନ୍ନ ସଂସ୍ଥାରେ ବାହାମାସ୍‌ କଳାଟଙ୍କା ପରୋକ୍ଷ ଭାବେ ନିବେଶ ହୋଇଥିଲା ବେଳେ ଏହାକୁ ଚଞ୍ଚକତା କରାଯାଇ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)ରୁ ବାଦ୍‌ ଦିଆଯାଇଥିଲା ।

ବିଦେଶୀ ଜାଲ ସଂସ୍ଥା ଜରିଆରେ ବୈଜୟନ୍ତଙ୍କ କଳାଧନ କାରବାରକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଓ ଡ. ଅମର ପଟ୍ଟନାୟକ ଏଭଳି ବେଆଇନ ଅର୍ଥ କାରବାର ଘଟଣାର ନିନ୍ଦା କରିଛନ୍ତି । ସସ୍ମିତ କହିଛନ୍ତି, ୩ଟି ବିଦେଶୀ କମ୍ପାନି ବୈଜୟନ୍ତଙ୍କ କମ୍ପାନିରେ ନିବେଶ କରିବା ପରେ ଉଭାନ ହୋଇଗଲେ? କ’ଣ ପାଇଁ ଦିଲ୍ଲୀ ତଦନ୍ତ ସଂସ୍ଥା ଚୁପ୍‌ ବସିଛନ୍ତି? ଶ୍ରୀ ପଟ୍ଟନାୟକ କହିଛନ୍ତି, ଭାରତରେ କଳାଧନ ସୃଷ୍ଟି ହୋଇଛି । ଓଡ଼ିଶା ବି ବାଦ୍‌ ପଡ଼ିନି । ମନି ଲଣ୍ଡ୍ରିଂ ମାଧ୍ୟମରେ ଭାରତକୁ କଳାଧନ ଆସିଛି । ଭୂତ କମ୍ପାନି ମାଧ୍ୟରେ କଳାଟଙ୍କା ଧଳା କରାଯାଇଛି । ଜଣେ ଚର୍ଚ୍ଚିତ ନେତା ଏଭଳି ବେଆଇନ କାରବାର କରିବା ଦୁର୍ଭାଗ୍ୟଜନକ ।

ସେହିଭଳି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏ ପ୍ରସଙ୍ଗରେ ବୈଜୟନ୍ତଙ୍କୁ ଘେରିଛନ୍ତି । ସେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ସିବିଆଇ, ଇଡି ଓ ଆଇଟି ବିଭାଗ ହାତବାନ୍ଧି ବସିଛି । ଶ୍ରୀ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିବାରୁ ତାଙ୍କୁ ଦଳ ସୁରକ୍ଷା ଦେଉଛି କି? ବୈଜୟନ୍ତଙ୍କ ଅସଲ ମୁଖା ଖୋଲିଛି । ସେ ରାଜ୍ୟବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ପ୍ରଣବ କହିଛନ୍ତି ।

   Related Posts