Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଲକ୍ ଡାଉନ୍‌ କଳାବଜାରୀଙ୍କୁ ଫାଇଦା : ଲୁଣ କିଲୋ ୩୦, ନୁଡଲ୍‌ସ ଦାମ୍ ୫ ଯାଗାରେ ୭

22/05/2020 at 1:29 PM

ମାଲକାନଗିରି ୨୨।୫:  କରୋନା ଭାଇରସ୍ ବିସ୍ତାର ରୋକିବାକୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟରେ ଏହି ଲକ୍ ଡାଉନ୍ କଡାକଡି ଭାବେ ପାଳନ କରାଯାଇଛି । ଲକ୍ ଡାଉନ୍‌ ଆଳରେ ମାଲକାନଗିରି ଜିଲ୍ଲାର ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଛନ୍ତି । ଗତ ୩ ଦିନ ହେଲା ଲୁଣ ଓ ନୁଡଲ୍‌ସର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲା ସଦର ମହକୁମା ସହ କାଲିମେଳା, ମାଥିଲି, ପଡିଆ, କୋରୁକୁଣ୍ଡା, ଖଇରପୁଟ, ଚିତ୍ରକୋଣ୍ଡା ଅଞ୍ଚଳରେ ଲୁଣ ଓ ନୁଡଲ୍‌ସ କଳାବଜାର ବ୍ୟାପକ ଭାବେ ହେଉଥିବା ଅଭିଯୋଗ ହୋଇଛି । ଗରିବ ଲୋକଙ୍କୁ ଚାଉଳ କେଜି ୧ ଟଙ୍କାରେ ମିଳୁଥିବା ବେଳେ ୩୦ ଟଙ୍କାରେ କେଜିଏ ଲୁଣ କିଣୁଛନ୍ତି । ନୁଡୁଲ୍‌ସର ମୂଲ୍ୟ ପ୍ୟାକେଟରେ ୫ ଟଙ୍କା ଲେଖା ଯାଇଥିବା ବେଳେ ଏହାକୁ ୭ ଟଙ୍କାରେ ବିକ୍ରି କରାଯାଉଛି ।

ହୋଲସେଲର ବ୍ୟବସାୟୀମାନେ ଲୁଣ ଓ ନୁଡଲ୍‌ସ ମିଳୁନାହିଁ କହି ଚଢାଦରରେ ବିକ୍ରି କରୁଥିବା ଅଭିଯୋଗ ଆସିଛି । ପୂର୍ବରୁ ବ୍ୟବସାୟୀମାନେ ଟାଟା ଲୁଣ ୫୦ ପ୍ୟାକେଟ (୧ କେଜି ଲେଖାଏ)କୁ ୯୨୦ଟଙ୍କାରେ ହୋଲସେଲରଙ୍କ ଠାରୁ କିଣୁଥିଲେ । ଏବେ ଏହାକୁ ୨ ହଜାର ଟଙ୍କାରେ କିଣୁଛନ୍ତି । ତାଜ ଲୁଣ ୨୫ ପ୍ୟାକେଟ (୧ କେଜି ଲେଖାଏଁ)କୁ ୧୬୦ଟଙ୍କାରେ କିଣାଯାଉଥିବା ବେଳେ ଏବେ ୫୦୦ ଟଙ୍କା ଦେବାକୁ ପଡୁଛି । ସେହିପରି ଇପି-ନୁଡଲ୍‌ସ, ମ୍ୟାଗି ପେଟି (୨୫୨ ପ୍ୟାକେଟ)କୁ ୧୧୪୦ଟଙ୍କାରେ କିଣୁଥିବା ବେଳେ ଏବେ ୧୨୨୦ ଟଙ୍କାରେ କିଣାଯାଇଛି । ଟାଟା ଲୁଣ ୧ କେଜି ପ୍ୟାକେଟକୁ ୨୫ରୁ ୩୦ଟଙ୍କା, ତାଜ୍ ଲୁଣ ୧ କେଜି ପ୍ୟାକେଟ୍ ୧୦ଟଙ୍କା ଥିବାବେଳେ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ଲୁଣର କୃତ୍ରିମ ଅଭାବ ଦେଖା ଦେଇଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ଚଢା ଦରରେ ଲୁଣ କିଣୁଛନ୍ତି । କେବଳ ସେତିକି ନୁହେଁ ଲକ୍ ଡାଉନ୍ ଆଳରେ ଲୁଣ ଓ ମ୍ୟାଗି ବ୍ୟତୀତ ତେଲ, ଚାଉଳ, ଚିନି, ଅଟା, ଚୁଡା ସହ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଚଢାଦରରେ ବିକ୍ରି କରାଯାଉଛି । ଏ ସଂପର୍କରେ ସହକାରୀ ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି ଗାଡି ଆସି ନଥିବାରୁ ଦୁଇଦିନ ତଳେ ଲୁଣର କିଛି ଅଭାବ ଥିଲା । ୨ ଗାଡି ଲୁଣ ଆସିଯାଇଛି । ଯିଏ ଚଢା ଦରରେ ଲୁଣ ବିକ୍ରି କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts