Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରେମଡେସିଭିରର ଅଭାବ ବେଳେ କଳାବଜାରୀ ଅଭିଯୋଗ, ୩୦-୪୦ ହଜାରରେ ବିକ୍ରି ହେଉଛି ୫୪୦୦ ଟଙ୍କାର ଇଞ୍ଜେକ୍ସନ୍‌

16/04/2021 at 8:50 PM

ନୂଆଦିଲ୍ଲୀ ୧୬/୪: କରୋନା ସଂକ୍ରମଣରେ ଅଧିକ ଗୁରୁତରଙ୍କ ଜୀବନ ବଞ୍ଚାଇବାକୁ ଦିଆଯାଉଥିବା ରେମଡେସିଭିର ଇଞ୍ଜେକ୍ସନର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ନଜରରେ ରଖି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା​ ବେଳେ ଇଞ୍ଜେକ୍ସନର କଳାବଜାରୀ ଜୋରଦାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ କିଣୁଥିବା ଲୋକମାନେ ନିଜର ଦୁଃଖ ବଖାଣିଛନ୍ତି । ୫୪୦୦ ଟଙ୍କାର ଏହି ଇଞ୍ଜେକ୍ସନକୁ ଲୋକମାନେ ୩୦-୪୦ ହଜାର ଟଙ୍କା ଦେଇ କିଣୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରେମଡେସିଭର ବ୍ୟବହାର କରାଯାଏ। କିନ୍ତୁ ବହୁ ସର୍ବେକ୍ଷଣରୁ ଜଣାପଡ଼ିଛି ଭୂତାଣୁ ଜନିତ ରୋଗ ପାଇଁ ରେମଡେସିଭିର ବେଶୀ ପ୍ରଭାବୀ ନୁହେଁ। ଏବେ ବିଭିନ୍ନ ମେଡିସିନ୍‌ ଷ୍ଟୋର ରେମଡେସିଭିର ଇଞ୍ଜେକ୍ସନ ପାଇବାକୁ ପ୍ରୟାସ ଜାରି ରଖିଥିଲେ ହେଁ ତାଙ୍କୁ କେବଳ ନୋ ଷ୍ଟକ୍‌ ବୋଲି ଜବାବ ମିଳୁଛି। କିନ୍ତୁ ବିଭିନ୍ନ ସ୍ଥାନରେ ଏହି ଇଞ୍ଜେକ୍ସନ ୨୫ ହଜାର ଟଙ୍କାରେ ମିଳୁଛି ବୋଲି ଜଣେ ଫାର୍ମାସିଷ୍ଟ କହିଥିବା ହିନ୍ଦୁସ୍ତାନ ଟାଇମ୍ସରେ ଖବର ପ୍ରକାଶିତ ହୋଇଛି ।

ଏନେଇ ବେଙ୍ଗାଲୁରୁର ଏହି ଫାର୍ମାସିଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି, ‘ହେଟେରୋ ରେମଡେସିଭିର-୧୦୦ ଏମଜି ଇଞ୍ଜେକ୍ସନ ୨୦ ଏମଲ୍‌ କୋଭିଫର ଯାହାକି ୧୫୦୦ରୁ ୨୦୦୦ ଟଙ୍କାରେ ମିଳିବା କଥା ଏବେ ତାହା ୧୫ରୁ ୨୫ ହଜାର ଟଙ୍କାରେ ବିକ୍ରି ହେଉଛି। ତେଣୁ ଏନେଇ ଯାଞ୍ଚ କରନ୍ତୁ ଏବଂ ଦ୍ବିତୀୟ ବ୍ୟାଚ୍‌ ଇଞ୍ଜେକ୍ସନ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ।’ 

ବିଭିନ୍ନ ବ୍ରାଣ୍ଡର ରେମଡେସିଭିରର ଦାମ ଅଲଗା। ଦେଶର ଅନ୍ୟ ସ୍ଥାନରେ ରେମଡେସିଭିରର ଅଭାବ ଏବଂ କଳାବଜାରୀ ନେଇ ଖବର ଆସୁଛି। ଶୁକ୍ରବାର ମଧ୍ୟପ୍ରଦେଶ ପୋଲିସ ଡ୍ରଗ୍‌ ଡିଲର ବିଜୟ ଶଙ୍କର ତ୍ରିପାଠୀକୁ ଇନ୍ଦୋରରୁ ଗିରଫ କରିଛି। ନକଲି ଇଞ୍ଜେକ୍ସନ ବିକ୍ରି କରୁଥିବା ନେଇ ତା ଉପରେ ଅଭିଯୋଗ ଥିଲା। ୟୁପିରେ ଇଞ୍ଜେକ୍ସନ କଳାବଜାରୀ କରୁଥିବା ନେଇ ୩ ଜଣଙ୍କୁ ପୋଲିସ ମଧ୍ୟ ଗିରଫ କରିଛି।

   Related Posts