Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନ୍ୟୁଜ୍ ପୋର୍ଟାଲ ଅଫିସରେ କଳାବଜାରୀ: ଡିଲ୍ ବେଳେ ପୋଲିସର ଚଢାଉ, ଜଣେ ଗିରଫ ଓ ୬୦ ସିଲିଣ୍ଡର ଜବତ

30/04/2021 at 1:21 PM

ପାଟନା ୩୦/୪ : ସାରା ଦେଶରେ ଅକ୍ସିଜେନର ଘରୋ ସଂକଟ ଦେଖାଦେଇଛି । ଅକ୍ସିଜେନ୍ ଅଭାବରୁ ପ୍ରତିଦିନ ହଜାର ହଜାର ରୋଗୀଙ୍କ ଜୀବନ ବି ଯାଉଛି । ଅକ୍ସିଜେନର ଅଭାବକୁ ପୂରଣ କରିବାକୁ ବିଦେଶରୁ ଆମଦାନୀ କରାଯାଉଛି । ହେଲେ ତଥାପି ଜାରି ରହିଛି ଅକ୍ସିଜେନକୁ ନେଇ କଳାବଜାରୀ । ଏଭଳି କଳାବଜାରୀ କରୁଥିବା ସମୟରେ ପୋଲିସ ଛଡାଉ କରି ଘଟଣାର କରିଛି ପର୍ଦାଫାଶ ।

ବିହାରର ପାଟନାରୁ ଗିରଫ ହୋଇଛନ୍ତି ଅକ୍ସିଜେନ୍ କଳାବଜାରୀ କରୁଥିବା ଦଳ । ତେବେ ଆଶ୍ଚର୍ଯ୍ୟକର କଥା ଏହି କଳାବଜାରି ଆଉ କେଉଁଠି ନୁହେଁ ବରଂ ଏକ ନ୍ୟୁଜ ପୋର୍ଟାଲ ଅଫିସରେ ଚାଲିଥିଲା । ଅପରାଧୀମାନେ ଅଫିସ ଭିତରେ ଅକ୍ସିଜେନ୍ ସିଲିଣ୍ଡର ଏକାଠି ରଖି ତାକୁ ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । ଜିଲ୍ଳା ପ୍ରଶାସନର ସୂଚନା ମୁତାବକ୍ କୌଣସି ସୂତ୍ରରୁ ଖବର ପାଇଁ ଚଢାଉ ଆରମ୍ଭ କରିଦେଇଥିଲା ପୋଲିସ । ଫଳରେ ପୋଲିସ ହାତରେ ଧରାପଡିଥିଲେ କଳାବଜାରୀ ଗ୍ୟାଙ୍ଗ ।

ସ୍ଥାନୀୟ ଆନନ୍ଦପୁରୀ ଅଞ୍ଚଳରେ ଏକ ଭଡା ଘରେ କେବିସି ନ୍ୟୁଜ୍ ନାମକ ଏକ ପୋର୍ଟାଲ ସଂସ୍ଥା ଚାଲିଥିଲା । ତେବେ ଚଢାଉରେ ଅଫିସ ଭିତରୁ ୬୦ଟି ଅକ୍ସିଜେନ୍ ସିଲିଣ୍ଡର ଜବତ ମଧ୍ୟ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ରିତେଶ ଶର୍ମା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି, ଯିଏକି ନିଜର ଏହି ଅଫିସରେ ଏଭଳି ଅପରାଧମୂଳକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ।

   Related Posts