Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କୃଷ୍ଣକାୟଙ୍କ ଉପରେ ଗୋରାଙ୍କ ଅତ୍ୟାଚାର: କୃଷ୍ଣକାୟ ଯୁବକଙ୍କୁ ପିଟିପିଟି ମାରିଦେଲା ସିକ୍ୟୁରିଟି ଗାର୍ଡ, ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ

21/11/2020 at 12:21 PM

ବ୍ରାସିଲିୟା ୨୧/୧୧ : ବ୍ରାଜିଲରେ ଜଣେ କୃଷ୍ଣକାୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣା ପରେ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ସୁପର ମାର୍କେଟର ଜଣେ ଗୋରା ସିକ୍ୟୁରିଟି ଗାର୍ଡ ଏହି ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା କୁହାଯାଉଛି। ଘଟଣା ପୋର୍ଟ ଅଲର୍ଜ ସହରରେ ଘଟିଛି। ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଘଟଣାକୁ ନେଇ କମ୍ପାନୀ ତରଫରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି। କିନ୍ତୁ ତା’ସତ୍ତ୍ୱେ ଲୋକଙ୍କ କ୍ରୋଧ ଥଣ୍ଡା ହେବାର ନାଁ ନେଉନାହିଁ।

୧୦ ସେକେଣ୍ଡର ଏହି ଭିଡିଓ ଯୋଗୁଁ ବ୍ରାଜିଲର ଅନେକ ସହରରେ ହଙ୍ଗାମା ହୋଇଯାଇଛି। ସୁପର ମାର୍କେଟର ଗୋରା ସିକ୍ୟୁରିଟି ଗାର୍ଡ କୃଷ୍ଣକାୟ ଯୁବକଙ୍କୁ ଲାତ ଗୋଇଠା ମାରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଏକ ନ୍ୟୁଜ ଚାନେଲ୍ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛି ଯେ ଗୁରୁବାର ରାତିରେ ଏହି ଯୁବକ ଜଣକ ଦୋକାନକୁ ଯାଇ ମହିଳା ଷ୍ଟୋର ମ୍ୟାନେଜରଙ୍କୁ ମାରିବାକୁ ଧମକ ଦେଇଥିଲେ। ଏହାପରେ ସେଠାକାର ଜଣେ କର୍ମଚାରୀ ସିକ୍ୟୁରିଟି ଗାର୍ଡଙ୍କୁ ଡାକି ତାଙ୍କୁ ସେଠାରେ ବାହାର କରିବାକୁ କହିଥିଲେ।

ସମାଚାର ଏଜେନ୍ସି ରାଇଟର୍ସ ଅନୁସାରେ, ସୁପର ମାର୍କେଟ ବାହାରେ ଲୋକେ ଲଗାତାର ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଅନ୍ୟ ସହରମାନଙ୍କରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ସୁପର ମାର୍କେଟ ଫ୍ରାନ୍ସର ଏକ କମ୍ପାନୀ ଚଳାଏ। ବ୍ରାଜିଲରେ ଏହାର ଅନେକ ବ୍ରାଞ୍ଚ ରହିଛି। ସ୍ଥାନୀୟ ଲୋକ ଉତକ୍ଷିପ୍ତ ହୋଇ ଅନେକ ବ୍ରାଞ୍ଚର କାଚ ଭାଙ୍ଗି ଦେଇଛନ୍ତି। 

ବ୍ରାଜିଲରେ ୫୫ ପ୍ରତିଶତ କୃଷ୍ଣକାୟ ଅଛନ୍ତି। ୨୦୧୯ ମସିହାର ସରକାରୀ ତାଲିକା ଅନୁଯାୟୀ ବ୍ରାଜିଲରେ ବେକାରୀ ସଂଖ୍ୟା ମଧ୍ୟରୁ ୬୪ ପ୍ରତିଶତ କୃଷ୍ଣକାୟ ଅଛନ୍ତି। ଏହି ଘଟଣାକୁ ନେଇ ବ୍ରାଜିଲ ରାଷ୍ଟ୍ରପତି ଜେଅର ବୋଲ୍ସୋନାରୋ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ଉପରାଷ୍ଟ୍ରପତି ହେମିଲ୍ଟନ ମାରୋଅ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

   Related Posts