Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଚୋର ଧରିବାରୁ ଆସି ହଟହଟା ହେଲେ ଗୁଣିଆ : ଲୋକଙ୍କ ଆକ୍ରୋଶର ହେଲେ ଶିକାର

31/10/2019 at 9:05 AM

ପଟ୍ଟାମୁଣ୍ଡାଇ ୩୧।୧୦: ଚୋର ଧରିବାକୁ ୧୦ ହଜାର ଟଙ୍କା ଦାବି କଲେ ଗୁଣିଆ । ହେଲେ ଫ୍ଲପ୍ ମାରିଲେ । ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତଗର୍ତ ଲୁହାର ମୁହିଁ ଗାଁର କାଶୀ ମୁଦିନ ଖାଁଙ୍କ ଏକ ସୁନା ମୁଦି ଚୋରି ହୋଇଥିଲା । ହେଲେ ଚୋରକୁ ଧରିବାକୁ ଗାଁର କିଛି ଲୋକ ଥାନାର ଆଶ୍ରୟ ନନେଇ ଗୁଣିଆ ମାଧ୍ୟମରେ ଧରିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ଭଦ୍ରକ ତିହିଡି ଅଞ୍ଚଳର ଜଣେ ଗୁଣିଆକୁ ଡକାଯାଇଥିଲା । ଆଉ ଗୁଣିଆ ଚୋର ଧରିବାକୁ ୧୦ ହଜାର ଟଙ୍କା ଦାବି କରିଥିଲା । ଏହାପରେ ଗୁଣିଆ ଗାଁକୁ ଆସି ପୂଜାର୍ଚ୍ଚନା କରିଥିଲେ ।

ଗୁଣିଆ ସତ କହୁଛି ନା ମିଛ ତାହା ଜାଣିବାକୁ କିଛି ଶିକ୍ଷିତ ଯୁବକ ପ୍ରୟାସ କରିଥିଲେ । ନିଜ ଭିତରେ କଥା ହୋଇ ଜଣେ ଅନ୍ୟ ଜଣଙ୍କ ମୋବାଇଲ ନେଇ ଯାଇଥିଲେ । ଆଉ ଗୁଣିଆକୁ ମୋବାଇଲ କିଏ ନେଇଛି ବୋଲି ପଚାରିଥିଲେ । ହେଲେ ଗୁଣିଆ ଜଣଙ୍କ ଜଣେ ବୃଦ୍ଧକୁ ଧରି ମୋବାଇଲ ଚୋର ବୋଲି କହିବା ପରେ ଗୁଣିଆ ଠକ ବୋଲି ଜାଣିପାରିଥିଲେ ଗ୍ରାମବାସୀ । ଏହାପରେ ଗୁଣିଆ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

   Related Posts