Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କଳାହାଣ୍ଡି ହସ୍ପିଟାଲ ଶବଗୃହରେ ସାପକାମୁଡାରେ ମୃତ ବ୍ୟକ୍ତିଙ୍କୁ ଗୁଣିଆ କଲା ଝଡାଫୁଙ୍କା, ଆଉ ତାପରେ…

25/07/2019 at 2:13 PM

ଭବାନୀପାଟଣା ୨୫|୭: ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ଶବ ଗୃହରେ ଝଡାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଡୁମେରବାହାଲ ଗାଁର ୨୧ବର୍ଷ ବୟସ୍କ ସତୀଶ କୁମାର ଭୋପାଲ ଘରେ ସାପ କାମୁଡାରେ ଗୁରୁତର ହୋଇ ପ୍ରଥମେ କେସିଗାଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ସ୍ଥାନାନ୍ତର ହୋଇଥିଲେ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିଲା ପରେ କର୍ତ୍ତୃପକ୍ଷ ଶବ ପୋଷ୍ଟ ମର୍ଟମ ପାଇଁ  ଶବ ଗୃହରେ ରଖିଥିଲେ ।

ହେଲେ ପରିବାର ସଦସ୍ୟ  ମୃତକଙ୍କୁ ଜୀବିତ କରିବାକୁ ଗୁଣିଆ ଡାକି ଚିକିତ୍ସା ଦାବି କରୁଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ  ହସ୍ପିଟାଲ ପରିସରରେ ଗୁଣିଆ କରିବାକୁ ଅନୁମତି ଦେଇ ନଥିଲେ । ଯାହାକୁ  ନେଇ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଉତ୍ତେଜନାକୁ ଦେଖି  ମଧ୍ୟସ୍ଥି  ଗୁଣିଆକୁ ଶବ ଗୁଣିଗାରେଡି ପାଇଁ ଅନୁମତି ଦେଇଥିଲା । ଫଳରେ ଶବ ଗୃହରେ ହିଁ ଗୁଣି ଗାରେଡି ଆରମ୍ଭ କରାଯାଇଥିଲା । କିନ୍ତୁ ଗୁଣିଆର ଦାବି ଫେଲ୍ ମାରିଛି । ଗୁଣିଆ ଡାକ୍ତରୀ ଚିକିତ୍ସା ପାଇଁ ଗୁଣି କାଟୁ କରୁ ନଥିବା ଯୁକ୍ତି କରୁଥିବା ବେଳେ ସାପ ବିଷରେ ମୃତକଙ୍କୁ ବଞ୍ଚାଇ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।

ଅନ୍ଧବିଶ୍ବାସ କିଭଳି ସମାଜରେ ବସତି କରି ରଖିଛି ଆଜି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ମୃତକଙ୍କୁ ବଞ୍ଚାଇବାକୁ ଗୁଣିଆର ଗୁଣିଗାରେଡି ଏକ ଉଦାହରଣ । ହେଲେ ଡାକ୍ତରୀ ବିଦ୍ୟାଠାରୁ ଗୁଣିଆକୁ ଲୋକଙ୍କ ବିଶ୍ବାସ ଆଗରେ ଆଇନ ବି ଅସହାୟ ।

   Related Posts