ବିଦ୍ୟାଳୟରେ ଭୌତିକ କାଣ୍ଡ ! ୮ ଛାତ୍ରଛାତ୍ରୀ ଅସୁସ୍ଥ , ଆତଙ୍କିତ ଅଭିଭାବକ

Published By : Prameya-News7 Bureau | February 04, 2019 IST

ମୋହନା୪|୨: ବିଦ୍ୟାଳୟରେ ଭୌତିକ କାଣ୍ଡ । ଅସୁସ୍ଥ ହେଉଛନ୍ତି ଛାତ୍ରଛାତ୍ରୀ । କିଏ ପ୍ରାର୍ଥନା ସମୟରେ ମୁହଁ ବୁଲାଇ ପଡିଯାଉଛି ତ କିଏ ପାଠ ପଢିବା ବଳେ ବହୋସ ହୋଇ ଯାଉଛି । ଏହିଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ । ଫଳରେ ଗତ ୫ ଦିନ ହେଲା ଭୟରେ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିବା ବଳେ ଚିନ୍ତାରେ ଅଛନ୍ତି ଅଭିଭାବକ । 

{"id":81899}

ଗଜପତି ଜିଲ୍ଲା ଆର.ଉଦୟଗିରି ଗୋପବନ୍ଧୁ ଉଚ୍ଚ ବିଦ୍ୟା ପୀଠରେ ଗତ ଜାନୁୟାରୀ ୧୪ ତାରିଖରେ ଜଣେ ୮ମ ଶ୍ରେଣୀର ଛାତ୍ରୀ ହଠାତ୍ ଶ୍ରେଣୀ ଗୃହରେ ପାଠ ପଢିବା ବଳେ ଅସୁସ୍ଥ ହୋଇପଡିଲେ । ଏହାପରେ ଛାତ୍ରୀଙ୍କୁ ଆର.ଉଦୟଗିରି ଡାକ୍ତରେଖାନା ପରେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା । ତବେ ସେଠାରେ ତାଙ୍କର କୌଣସି ଉନ୍ନତି ପରିଲକ୍ଷିତ ନହେବରାରୁ ପରିବାର ଲୋକେ ଆର.ଉଦୟଗିରି ଆଣି ଜଣେ ବ୍ୟକ୍ତିଙ୍କ ପାଖରେ ଝଡାଫୁଙ୍କା କରିଥିଲେ । ଛାତ୍ରୀ ଜଣଙ୍କ ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ସେହି ଦିନଠାରୁ ଛାତ୍ରୀଜଣକ ଭୟରେ ଆଉ ସ୍କୁଲକୁ ଜାଉନଥିବା ଜଣାପଡିଛି ।

{"id":81902}

ସେହିପରି ଗତ ୧ ତାରିଖ ଦିନ ପ୍ରାର୍ଥନା ଚାଲିଥିବାବଳେ ୩ଜଣ ଛାତ୍ରଛାତ୍ରୀ ହଠାତ୍ ତଳେ ପଡିଯାଇଥିଲେ । ଶ୍ରେଣୀ ଗୃହରେ ଆଉ ୨ ଜଣ ବହୋସ ହୋଇଗଲେ । ସେମାନଙ୍କୁ ଚିକିତ୍ସା ପାଇଁ ଆର.ଉଦୟଗିରି ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ କଣ ହେଇଛି ଜାଣିପାରିନଥିଲେ । ପରିବାର ଲୋକେ ସେମାନଙ୍କୁ ଘରକୁ ଆଣି ଜଣେ ଗୁଣିଆକୁ ଡକାଇ ଝଡାଫୁଙ୍କା କରିବା ପରେ ସମସ୍ତେ ସୁସ୍ଥ ହୋଇଥିଲେ । ପୁଣି ରବିବାର ଦିନଠାରୁ ସେହି ବିଦ୍ୟାଳୟର ଆଉ କିଛି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ସେମାନଙ୍କ ଅଭିଭାବକ ଅଭିଯୋଗ କରିବା ସହ ତୁରନ୍ତ ପଦକ୍ଷେପ ପାଇଁ ଦାବି କରିଛନ୍ତି । 

{"id":81900}

ବିଦ୍ୟାଳୟର ଏଭଳି ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ବୀକାର କରିଥିବାବଳେ ଏହା ଭୌତିକ କାଣ୍ଡ ନା ଅନ୍ୟକିଛି ତାହା ବୁଝାପଡୁନଥିବା କହିଛନ୍ତି । ଏଥତ୍ପାଇଁ ଅଭିଭାବକମାନଙ୍କ ସହ ଆଲୋଚନା କରାଯାଉଥିବାବଳେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ବ୍ଳକ ଶିକ୍ଷାଧତ୍କାରୀ କହିଛନ୍ତି । 

{"id":81901}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.