ଆକାଶରେ ଦେଖାଦେଲା ପିଶାଚ: କଳା କପଡାରେ ଗୁଡେଇ ହୋଇ ଉଡୁଥିବାର କ୍ୟାମେରାରେ ହେଲା କଏଦ

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯/୧୦ : ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ଭାଇରାଲ ହୁଏ। ସେଥିରୁ କିଛି ଫେକ ହୋଇଥାଏ ତ କିଛି ସତ ତ ପୁଣି କିଛି ଏଡିଟେଡ। କିଛି ଫଟୋ ଓ ଭିଡିଓ ପଛର ସତ କେବେ ବି ସାମ୍ନାକୁ ଆସିପାରିନଥାଏ ତ କିଛି ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ଲଣ୍ଡନରେ ରେକର୍ଡ କରାଯାଇଛି। ଏହି ଭିଡିଓରେ କଳା କପଡାରେ ଏକ ଜିନିଷ ଉଡୁଥିବା ନଜର ଆସୁଛି। ଆକାଶରେ ଉଡୁଥିବା ଚାରି ଗୋଡ ବିଶିଷ୍ଟ ଏହି ଜନ୍ତୁକୁ ଲୋକେ ଏଲିୟନ କହିଛନ୍ତି ତ କିଛି ଲୋକେ ଦମପିଶାଚ କହିଛନ୍ତି। ତେବେ ଏହା କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଭିଡିଓ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି। କେହି କେହି ଏହି କଳା ଛାଇକୁ ହ୍ୟାରୀ ପୋର୍ଟରର ଦମପିଶାଚ ସହ ତୁଳନା କରିଛନ୍ତି। ଭୁତ ଭଳି ଦେଖାଯାଉଥିବା ଏହି କଳା ଛାଇର ୪ଟି ଗୋଡ ନଜର ଆସିଥିଲା। ଲଣ୍ଡନରେ ରହୁଥିବା ଜଣେ ମହିଳା ଏହାକୁ ରେକର୍ଡ କରିଛନ୍ତି। ମହିଳା କହିଛନ୍ତି ଯେ ସେ ନିଜର ଦୈନନ୍ଦିନ କାମ କରୁଥିଲେ। ସେତେବେଳେ ତାଙ୍କୁ ଆକାଶରେ କଳା ରଙ୍ଗର ଏକ ଅଜବ ଜିନିଷ ଦେଖାଦେଲା। ପ୍ରଥମେ ସେ ବୁଝି ପାରିନଥିଲେ। ସେ ତୁରନ୍ତ ନିଜ ମୋବାଇଲ କାଢି ଭିଡିଓ ରେକର୍ଡ କରିଥିଲେ। ଏହାପରେ ସେ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଓ ତାହା ଭାଇରାଲ ହୋଇଥିଲା।

{"id":529636,"sizeSlug":"full","linkDestination":"none"}

ଭିଡିଓକୁ ରେଡ଼ିଟରେ u/ErykahBeeh ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଏଥିରେ ଲେଖାଯାଇଛି, ଲଣ୍ଡନରେ ଯୁଏଫଓ ଦେଖାଦେଇଛି କି ? ଏହାପରେ ଭିଡିଓରେ ୟୁଜର୍ସ ନାନା ପ୍ରତିକ୍ରିୟା ଦେଇଛନ୍ତି। ଅଧିକାଂଶ ଲୋକେ ଏହାକୁ ହ୍ୟାରୀ ପୋର୍ଟର ଫିଲ୍ମ ସହ ତୁଳନା କରିଛନ୍ତି। କିଛି ଲୋକେ କହିଛନ୍ତି ଏହା ପ୍ଲାଷ୍ଟିକର ଉଡନ୍ତା କଣ୍ଢେଇ ହୋଇଥାଇପାରେ। ଦୂରରୁ ଏହା ଦମପିଶାଚ ବା ଯୁଏଫଓର ଭ୍ରମ ସୃଷ୍ଟି କରୁଛି। ସତ କଣ ତାହା ଏଯାଏଁ ଜଣାପଡିନାହିଁ। କିନ୍ତୁ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ଦେଖିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.