Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା କାଳରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ମହାରାଷ୍ଟ୍ରରେ ୧୫୦୦ ଆକ୍ରାନ୍ତ ଚିହ୍ନଟ, ଏବେସୁଦ୍ଧା ଗଲାଣି ୯୦ ଜୀବନ

19/05/2021 at 10:25 PM

ମୁମ୍ବାଇ ୧୯/୫: କରୋନା ମହାମାରୀ ସମୟରେ ଆଉ ଏକ ବଡ଼ ସମସ୍ୟା ମହାରାଷ୍ଟ୍ର ପାଇଁ ଚିନ୍ତା ବଢ଼ାଇଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ଆଡ଼କୁ ମୁହାଁଇଛି । ରାଜ୍ୟରେ ୧୫୦୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ପ୍ରାଣ ହରାଇଥିବା କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ।

ତେବେ ସେମାନଙ୍କ ମଧ୍ୟରୁ ୫୦୦ ଜଣ ସୁସ୍ଥ ହୋଇଥିବା ବେଳେ ୮୫୦ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜେଶ ଟୋପେ ଆହୁରି ମଧ୍ୟ କହିଛନ୍ତି, ଏହି ରୋଗର ଚିକିତ୍ସା ପାଇଁ ଇନଫୋଟେରେସିନ୍‌-ବି’ର ଆବଶ୍ୟକତା ରହିଛି।  ରୋଗର ପ୍ରକୋପକୁ ଦେଖି ୧.୯୦ ଲକ୍ଷ ଏମ୍ଫୋ-ବି ଇଞ୍ଜେକ୍ସନ ଅର୍ଡର ଦିଆଯାଇଛି। ଏହି ଇଂଜେକ୍ସନର ନିୟନ୍ତ୍ରଣ ଭାରତ ସରକାରଙ୍କ ପାଖରେ ରହିଛି। ଏହା ସହ ମହାରାଷ୍ଟ୍ର ସରକାର ଏଥିପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରିଥିବା ମଧ୍ୟ ସେ କହିଛନ୍ତି।

ଏହା ସହ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ଉଦ୍ଧବ ସରକାର ଡାକ୍ତରଙ୍କ ପାଇଁ ୯ ପୃଷ୍ଠାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଇଏନଟି, ଡେନଟିଷ୍ଟ, ଆଖି ବିଶେଷଜ୍ଞଙ୍କୁ କାମରେ ଲଗାଯାଉଛି। ଏହା ସହ ରାଜ୍ୟର ସ୍ବାସ୍ଥ୍ୟ ଯୋଜନା ଅନୁସାରେ ଲୋକଙ୍କ ମାଗଣା ଚିକିତ୍ସା ଯୋଗାଇବା ଉପ​‌ରେ ବିଚାର କରାଯାଉଥିବା ଟୋପେ କହିଛନ୍ତି।

ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ପାଖାପଖି ୨ ଲକ୍ଷ ଇଂଜେକ୍ସନ ଦରକାର ପଡ଼ିବ କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ଆଲୋଚନା କରିବେ । ତେବେ ଜିଲ୍ଲାପାଳମାନେ ଔଷଧ ଅଭାବ ନେଇ ପ୍ରଧାନମନ୍ତ୍ରୀଙ୍କୁ କହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବେ ବୋଲି ରାଜଶେ ଟୋପେ କହିଛନ୍ତି।

   Related Posts