ଦେଶରେ ପ୍ରଥମ ! ୧୩ ବର୍ଷୀୟ ବାଳକକୁ ବ୍ଲାକ୍‌ ଫଙ୍ଗସ୍‌, ଅହମଦାବାଦରେ ହେଲା ଅପରେସନ୍

Published By : Prameya-News7 Bureau | May 21, 2021 IST

ଅହମଦାବାଦ ୨୧/୫: କରୋନା ସଙ୍କଟ ସମୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କଙ୍କ ଠାରେ ଏହି ରୋଗ ଦେଖାଯାଉଥିବା ବେଳେ ଏବେ ଛୋଟ ପିଲା ମଧ୍ୟ ବ୍ଲାକ୍‌ ଫଙ୍ଗସର ଶିକାର ହେଉଛନ୍ତି। ଅହମଦାବାଦରେ ଜଣେ ୧୩ ବର୍ଷୀୟ ପିଲାକୁ ବ୍ଲାକ୍‌ ଫଙ୍ଗସ୍‌ କବଳିତ କରିଛି । ଗୁଜୁରାଟର ଅହମଦାବାଦରେ ୧୦ ବର୍ଷୀୟ ପିଲାକୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଛି ।

ବ୍ଲାକ୍‌ ଫଙ୍ଗସ୍‌ ନେଇ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶୁକ୍ରବାର ଅହମଦାବାଦର ଆପୋଲ ଚିଲ୍‌ଡ୍ରେନ୍‌ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଛି। ତେବେ ଦେଶରେ ଏହା ପ୍ରଥମ ମାମଲା। ପିଲାଟି ପ୍ରଥମରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କ ମା ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଭାଇରାଲ୍‌ ଲୋଡ୍‌ ଅଧିକ ହେବା ପରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଛି।

ପିଲାଟି ପରବର୍ତ୍ତୀ ସମୟରେ କରୋନାରୁ ସୁସ୍ଥ ହୋଇଥିଲା । ଦେଢ଼ ମାସ ପରେ ତାଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରମାନେ ଟେଷ୍ଟ କରିବା ପରେ ମ୍ୟୁକରମାଇକୋସିସି ପଜିଟିଭ୍‌ ପାଇଥିଲେ। ଆଜି ପିଲାଟିର ମ୍ୟୁକରମାଇକୋସିସି ଅପରେସନ୍‌ କରାଯାଇଛି। ଏବେ ୧୩ ବର୍ଷୀୟ ନାବାଳକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ଏବେ ଯାଏ ବୟସ୍କ ବ୍ୟକ୍ତିଙ୍କ ଠାରେ ବ୍ଳାକ୍‌ ଫଙ୍ଗସ୍‌ ଦେଖିବାକୁ ମିଳିଥିଲା। ଅହମଦାବାଦର ୧୩ ବର୍ଷର ବାଳକଙ୍କ ଶରୀରରେ ଏହା ଦେଖାଯିବା ଏବଂ ପରେ ତାଙ୍କ ଅପରେସନ ହେବା ଘଟଣା ପ୍ରଥମ ବୋଲି ଡାକ୍ତର ଚେତନ ତ୍ରିବେଦୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.