ରୋଗୀଙ୍କ ମୁଣ୍ଡରେ କ୍ରିକେଟ ବଲ୍ ଭଳି ବ୍ଲାକ୍ ଫଙ୍ଗସ୍, ଆଇଜିଆଇଏମଏସରେ ଅପରେସନ କରି ବାହାର କଲେ ଡାକ୍ତର

Published By : Prameya-News7 Bureau | June 14, 2021 IST

ପାଟନା,୧୪/୦୬ : ବିହାର ପାଟନାସ୍ଥିତ ଇନ୍ଦିରା ଗାନ୍ଧୀ ଆୟୁର୍ବିଜ୍ଞାନ ସଂସ୍ଥାନ( ଆଇଜିଆଇଏମଏସ)ରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ କ୍ରିକେଟ ବଲ ଆକାରର ବ୍ଲାକ୍‌ ଫଙ୍ଗସ ବାହାର କରାଯାଇଛି ।

ହସ୍ପିଟାଲ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ, ଜମୁଇ ନିବାସୀ ୬୦ ବର୍ଷୀୟ ଅନୀଲ କୁମାର କିଛି ଦିନ ତଳେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ପରେ ସେ କରୋନାରୁ ଆରୋଗ୍ୟ ଲାଭ କଲେ । କିନ୍ତୁ ତାଙ୍କର ମୁଣ୍ଡ ବାରମ୍ବାର ବୁଲେଇଲା । ଏହାପରେ ସେ ପାଟନା ସ୍ଥିତ ଆଇଜିଆଇଏମଏସକୁ ଆସିଥିଲେ। ସେଠାରେ ପରୀକ୍ଷାନିରୀକ୍ଷା ପରେ ତାଙ୍କ ମୁଣ୍ଡରେ କ୍ରିକେଟ୍‌ ବଲ ଆକାରର ବ୍ଲାକ୍‌ ଫଙ୍ଗସ ଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତାଙ୍କର ସୌଭାଗ୍ୟ ଥିଲା ଯେ ସେଇ ବ୍ଲାକ୍‌ ଫଙ୍ଗସ ତାଙ୍କ ଆଖି ପାଖକୁ ଯାଇନଥିଲା । ନଚେତ ସେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥିଲା ।

ଗତ ଶୁକ୍ରବାର ତାଙ୍କର ସଫଳତା- ପୂର୍ବକ ଅପରେସନ କରାଯାଇଥିଲା ଏବଂ ତାଙ୍କ ମୁଣ୍ଡରୁ ସେଇ ବ୍ଲାକ୍‌ ଫଙ୍ଗସକୁ ବାହାର କରାଯାଇଥିଲା । ସେଠାକାର ଜଣେ ଡାକ୍ତର କହିଛନ୍ତି ଯେ ଏଭଳି ବ୍ଲାକ୍‌ ଫଙ୍ଗସ ସାଧାରଣତଃ ମସ୍ତିଷ୍କରେ ଦେଖାଯାଏନାହିଁ । ଏହା ଏକ ବିରଳ ମାମଲା ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.