Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଥମୁଛି କରୋନା, କାୟା ମେଲାଉଛି ବ୍ଲାକ୍‌ ଫଙ୍ଗସ୍‌: ଗୁଜୁରାଟ-ମହାରାଷ୍ଟ୍ରରେ ଦେଶର ଅଧା ମାମଲା

26/05/2021 at 5:03 PM

ନୂଆଦିଲ୍ଲୀ ୨୬/୫: ଭାରତରେ କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚିଥିବା ବେଳେ ମ୍ୟୁକୋରମାଇକୋସିସ୍‌ (ବ୍ଲାକ୍‌ ଫଙ୍ଗସ୍‌) ଆଉ ଏକ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ସରକାରୀ ରିପୋର୍ଟ ଅନୁସାରେ ଏବେ ଦେଶରେ ୧୧ ହଜାର ୭୧୭ ବ୍ଳାକ୍‌ ଫଙ୍ଗସ୍‌ ମାମଲା ମିଳିସାରିଛି। ସେଥିମଧ୍ୟରୁ ସର୍ବାଧିକ ରୋଗୀ କେବଳ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ କରୋନା​‌ ରୋଗୀଙ୍କ ଠାରେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ବଢ଼ୁଥିବା ଦେଇ ଏହାକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର କହିଥିଲା।

ଭାରତରେ ଜାରି କରୋନା ସଂକ୍ରମଣ ସମୟରେ ଏହି ରୋଗ ଏକ ଚ୍ୟାଲେଞ୍ଜ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଥିଲେ। ଗୁଜୁରାଟରେ ବ୍ଲାକ୍‌ ଫଙ୍ଗସ୍‌ର ସର୍ବାଧିକ ୨,୮୫୯ ମାମଲ ମିଳିଛି। ଏହା ପରେ ମହାରାଷ୍ଟ୍ରରେ ୨,୭୭୦ ଏବଂ ଆନ୍ଧ୍ରପ୍ରଦେଶରେ ୭୬୮ ବ୍ଲାକ୍‌ ଫଙ୍ଗ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି। l କେନ୍ଦ୍ରମନ୍ତ୍ରୀ ଡିଭି  ସଦାନନ୍ଦ ଗୌଡା ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଏହା ସହ ସେ ଆହୁରି ଲେଖିଛନ୍ତି, ବୁଧବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ଲାକ୍‌ ଫଙ୍ଗସ ଚିକିତ୍ସାରେ ଆବଶ୍ୟକ ଔଷଧ ଏମ୍ଫୋଟେରିସିନ୍‌-ବିର ୨୯ ହଜାର ୨୫୦ ଭାଏଲ୍‌ ଆବଣ୍ଟିତ କରାଯାଇଛି। ରାଜ୍ୟରେ ଚିହ୍ଟଟ ରୋଗୀଙ୍କ ସଖ୍ୟାକୁ ଦେଖି ଏହି ଔଷଧ ଦିଆଯାଇଛି। ଏହା ପୂର୍ବରୁ ଏମ୍ଫୋଟେରିସ୍‌-ବିର ୧୯ ହଜାର ୪୨୦ ଭାଏଲ୍‌ ଏବଂ ୨୧ ମେ’ରେ ୨୩,୬୮୦ ଭାଏଲ ଭିନ୍ନ ଭିନ୍ନ ରାଜ୍ୟକୁ ପଠାଯାଇଥିଲା ।

ଦେଶର ରାଜଧାନୀ ଦିଲ୍ଲୀରେ ୬୨୦ ବ୍ଲାକ୍‌ ଫଙ୍ଗସ୍‌ ମାମଲା ମିଳିସାରିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ଫଙ୍ଗାଲ ସଂକ୍ରମଣ ହୋଇଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରେ। ଏହା ବାୟୁରେ ଥିବା ବେଳେ ଦୁର୍ବଳ ଶରୀରକୁ ପ୍ରବେଶ କରିଥାଏ । କେବଳ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଯେ ବ୍ଳାକ୍‌ ଫଙ୍ଗସ୍‌ ହେବ ତାହା ନୁହେଁ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବାର ଭୟ ରହିଛି ।

   Related Posts