ବିହାରରେ ଘାତକ ହେଉଛି ବ୍ଲାକ ଫଙ୍ଗସ : ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ, ୩୩୩ ରୋଗୀ ହସ୍ପିଟାଲରେ ଚିକିତ୍ସିତ

Published By : Prameya-News7 Bureau | June 14, 2021 IST

ବିହାର ୧୪/୬ : କରୋନା ପରେ, ଏବେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍ ମହାମାରୀ । ବିହାରରେ ଜନଜୀବନ ଅସ୍ତବ୍ୟସ୍ତ କରିବାରେ ଲାଗିଲାଣି । ରବିବାର ପର୍ଯ୍ୟନ୍ତ ବିହାରରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହେତୁ ୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ରୋଗରେ ପୀଡିତ ୩୩୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏ ନେଇ ବିସ୍ତୃତ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବିହାରରେ ଏପର୍ଯ୍ୟନ୍ତ ୫୬୨ଟି ବ୍ଲାକ୍ ଫଙ୍ଗସ୍ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଠଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପୀଡିତ ୧୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସେମାନଙ୍କ ମଧ୍ୟରେ ଗତ କିଛି ରୋଗୀ ସୁସ୍ଥ ଅଛନ୍ତି ।

ପାଟଣା ସହରର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆଇଜିଏମ୍ଏସ୍) ର ଅଧୀକ୍ଷକ ମନୀଷ ମଣ୍ଡଳ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୬ ଜଣ ରୋଗୀଙ୍କୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୧୧୪ ଜଣ ଚିକିତ୍ସିତ ହେଉଛନ୍ତି । ପାଟନା AIIMS ର ଦାୟିତ୍ୱରେ ଥିବା କୋଭିଡ୍ ପ୍ରଭାରୀ କହିଛନ୍ତି ଯେ ଜୁନ୍ ୧୨ରେ, ଆଇଜିଏମ୍ଏସ୍ ଠାରେ ଜଣେ ବୃଦ୍ଧ ରୋଗୀଙ୍କ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର ଦ୍ୱାରା ବ୍ଲାକ ଫଙ୍ଗସ୍ ବାହାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.