Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ, ବନବିଭାଗ କଲା ଜବତ

1/06/2021 at 10:01 PM

ଆସିକା, ୦୧/୦୬: ଭଞ୍ଜନଗର ଜାତୀୟ ରାଜପଥର ଗୁଣ୍ଠପଡା ଓ ବାଲିଛାଇ ମଧ୍ୟରେ କୌଣସି ଏକ ଅଜଣା ଗାଡିଧକ୍କାରେ ବିରଳ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି । ସମ୍ଭବତଃ ଏହି ମୃଗଟି ସଡ଼କ ପାର ହେଉଥିବା ବେଳେ ଦୃଘଟଣା ଘାଟିଥିବା ଜଣାପଡ଼ିଛି ।

ଘଟଣା ସ୍ଥଳରେ ଆସିକା ବନବିଭଗ ଟିମ ପହଞ୍ଚି ମୃତ କୃଷ୍ଣସାର ମୃଗଟିକୁ ଜବତକରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ମୃତ ଅଣ୍ଡିରା ବିରଳ କୃଷ୍ଣସାର ମୃଗଟିର ବୟସ ପ୍ରାୟ ଦେଢ଼ ବର୍ଷର ବୋଲି ଜଣା ପଡିଛି । ଆସିକା ବନାଞ୍ଚଳରେ ଚଳପ୍ରଚଳ କରିଥିବା ଏହି ବିରଳ କୃଷ୍ଣସାର ମୃଗ ଖାଦ୍ୟ ଓ ପାଣିର ଅନ୍ୱେଷଣ ବେଳେ ଅନେକ ବାର ବାଟବଣା ହୁଅନ୍ତି । ଆଉ ଦୁର୍ଘଟଣାର ଶିକାର ହେଉଥିବାର ନଜିର ରହିଛି ।

ଅନ୍ୟପଟେ ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ସକାଶେ କୌଣସି ବ୍ୟବସ୍ଥା ନଥିବା ଏବଂ ଏମାନଙ୍କ ବିଚରଣ କରୁଥିବା ଇଲାକାରେ ଦ୍ରୁତଗତିରେ ଯାନବାହନ ଚଳାଚଳ ବାରଣ ସତ୍ତ୍ୱେ ଲୋକେ ଏହାକୁ ଭୃକ୍ଷେପ କରୁନଥିବା ଯୋଗୁ ଅକାରଣରେ ଏହି ପ୍ରାଣୀଙ୍କ ଜୀବନ ଯାଉଥିବା ପରିଲକ୍ଷିତ ହୋଇଛି ।

   Related Posts