କେଉଁ ରାଶି ପାଇଁ କଳା ରଙ୍ଗର ପୋଷାକ ଶୁଭ ହୋଇଥାଏ ଜାଣନ୍ତୁ...

Published By : Prameya-News7 Bureau | March 28, 2019 IST

ଭୁବନେଶ୍ୱର ୨୮/୩ : କଥାରେ ଅଛି ରଙ୍ଗ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ | ରଙ୍ଗ ଭବିଷ୍ୟତ ଉଜ୍ଜ୍ୱଳ ମଧ୍ୟ କରିଥାଏ ଏବଂ ଖରାପ ମଧ୍ୟ କରିଥାଏ | ୭ରଙ୍ଗ ମଧ୍ୟରେ କଳା ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ | କଳା ରଙ୍ଗ କେଉଁ ରାଶି ପାଇଁ କେତେ ଶୁଭ କେତେ ଆସନ୍ତୁ ଜାଣିବା | କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଳା ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ | କଳା ରଙ୍ଗର ପୋଷାକ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ପିନ୍ଧିବା ଦରକାର ଜାଣିବା :

{"id":97697}


ମିଥୁନ ରାଶି : ମିଥୁନ ରାଶିର ଅଧିପତି ଗ୍ରହ ବୁଦ୍ଧ | ସାଧାରଣତଃ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରିୟ ରଙ୍ଗ କଳା ହୋଇଥାଏ | ମିଥୁନ ରାଶିର ବ୍ୟକ୍ତି କଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ଜୀବନରେ ସଫଳତା ମିଳିଥାଏ | ମିଥୁନ ରାଶି ବ୍ୟକ୍ତିଙ୍କୁ କଳା ରଙ୍ଗ ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ |

{"id":97698,"width":579,"height":361}


କନ୍ୟା ରାଶି : କନ୍ୟା ରାଶିର ସ୍ୱାମୀ ମଧ୍ୟ ବୁଦ୍ଧ ଗ୍ରହ | କନ୍ୟା ରାଶି ବ୍ୟକ୍ତିଙ୍କୁ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | କନ୍ୟା ରାଶିର ବ୍ୟକ୍ତିଙ୍କୁ ଅଧିକାଂଶ ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ | କାରଣ କଳା ରଙ୍ଗ ତାଙ୍କ ଜୀବନରେ ସଫଳତା ଆଣିଥାଏ | ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ | କଳା ରଙ୍ଗ ଦ୍ୱାରା କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ |

{"id":97699,"width":566,"height":566}


ମକର ରାଶି : ଜ୍ୟୋତିଷଶାସ୍ତ୍ର ଅନୁସାରେ ମକର ରାଶି ପାଇଁ କଳା ରଙ୍ଗର ପୋଷାକ ଅତ୍ୟନ୍ତ ଶୁଭ | ମକର ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ଅପାର କରୁଣା ରହିଥାଏ | ଯାହାଫଳରେ ଏମାନଙ୍କ କ୍ୟାରିଅର ବହୁତ ଉଜ୍ଜ୍ୱଳମୟ ହୋଇଥାଏ | କଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ମକର ରାଶିର ବ୍ୟକ୍ତି ଭବିଷ୍ୟତରେ ସଫଳତା ଲାଭ କରିବା ସହ ଧନ ସମ୍ପତ୍ତି ଏବଂ ଯଶକୀର୍ତ୍ତି ମଧ୍ୟ ଲାଭ କରିବେ |

{"id":97700}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.