ବିକେୟୁ ନେତା ରାକେଶ ଟିକାୟତ ଏମଏସପି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାବିକୁ କଲେ ପ୍ରତ୍ୟାଖ୍ୟାନ

Published By : Prameya-News7 Bureau | December 19, 2020 IST

ଗାଜିଆବାଦ ୧୯।୧୨: ଭାରତୀୟ କୃଷକ ସଂଗଠନ (ବିକେୟୁ)ର ନେତା ରାକେଶ ଟିକାୟତ ଫସଲ ପାଇଁ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି) ଉପରେ ସ୍ବାମୀନାଥ କମିଟିର ସୁପାରିଶ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାକେଶ ଟିକାୟତ କହିଛନ୍ତି ଯେ, କୃଷକମାନେ ଆତ୍ମହତ୍ୟା କରୁଛନ୍ତି । କାରଣ ସେମାନଙ୍କୁ ତାଙ୍କ ଉତ୍ପାଦନର ଲାଭ ମିଳୁନାହିଁ । ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର କୃଷକଙ୍କୁ ଫସଲର ଏମଏସପି ମିଳୁନାହିଁ । ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି ।

ସେ କହିଛନ୍ତି ଯେ, ସ୍ବାମୀନାଥ କମିଟି ରିପୋର୍ଟ ଲାଗୁ କରିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା । ଟିକାୟତ ଏକ ହ୍ବାଟସଆପ୍ ମେସେଜରେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କୁ ଏ ସମ୍ବନ୍ଧରେ ଆଶ୍ବସ୍ତ କରିନାହାନ୍ତି ଯେ ସେମାନଙ୍କୁ ସେମାନଙ୍କର ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ ମିଳିବ ଏବଂ ନିକଟରେ କେନ୍ଦ୍ର ଦ୍ବାରା ପାରିତ କୃଷି ଆଇନରେ ଏଥିପାଇଁ କୌଣି ପ୍ରାବଧାନ କରାଯାଇନାହିଁ । ସେ କହିଛନ୍ତି ଯେ, କୃଷକ କେନ୍ଦ୍ର ଦ୍ବାରା ଦିଆଯାଉଥିବା ୫୦୦ ଟଙ୍କା ମାସିକ ସହାୟତା ନୁହେଁ ବରଂ ନିଜ ଫସଲ ପାଇଁ ଏମଏସପି ଦାବି କରୁଛନ୍ତି ।

ରାକେଶ ଟିକାୟତ ଏଭଳି ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ, କେନ୍ଦ୍ର ସରକାର ଚୀନ୍ ମିଲ୍ ମାଲିକଙ୍କୁ ସାହାଯ୍ୟ କରୁଛନ୍ତି । ଏହାଦ୍ବାରା କୃଷକଙ୍କୁ ଏହାର କୌଣସି ସାହାୟତା ମିଳିବନାହିଁ । କାରଣ ସେମାନଙ୍କୁ କେବଳ ତାଙ୍କର ବକେୟା ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କୃଷି ଆଇନକୁ ବଜାୟ ରଖିବାକୁ ଯାଇ କହିଥିଲେ ଯେ ନୂଆ ଆଇନ ଫସଲର ଏମଏସପି ପ୍ରଣାଳୀ ଶେଷ ହେବା ସଂପର୍କରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ମଧ୍ୟପ୍ରଦେଶ କୃଷକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ସ୍ବାମୀନାଥନ୍ କମିଟି ରପୋର୍ଟଲାଗୁ କରିଛି ଏବଂ ଉତ୍ପାଦନର ମୂଲ୍ୟର ଦେଢ ଗୁଣ ଏମଏସପି ପ୍ରଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.