Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବେଙ୍ଗଲ ଓ ଆସାମ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ବିଜେପିର ମାନସମନ୍ଥନ, ପାର୍ଟି ମୁଖ୍ୟାଳୟରେ CEC ବୈଠକ

4/03/2021 at 8:28 PM

ନୂଆଦିଲ୍ଲୀ ୦୪/୦୩ : ପଶ୍ଚିମବଙ୍ଗ ଏବଂ ଆସାମରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବିଜେପି । ଏ ନେଇ ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ସମିତି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଉପରେ ମୋହର ଲାଗିପା​‌ରେ ।

ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ମୁଖ୍ୟାଳୟରେ ଉପସ୍ଥିତ ଥିବା ସୂଚନା ମିଳିଛି । ଏହା ବାଦ ନିତିନ୍‌ ଗଡକରୀ, ଜିତେନ୍ଦ୍ର ସିଂହ, ବିଏଲ୍ ସନ୍ତୋଷ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲ ମଧ୍‌ୟ ଉପସ୍ଥିତ ଅଛନ୍ତି ।

ଆଗାମୀ ଦିନ​‌ରେ ନିର୍ବଚନ ହେବାକୁ ଥିବା ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ନିର୍ବାଚନ । କିନ୍ତୁ ସମସ୍ତଙ୍କ ନଜର ବେଙ୍ଗଲ ଉପରେ । ୩ୟ ଥର ପାଇଁ ଗାଦି ହାତେଇବାକୁ ଜୋରଦାର ଲାଗିପଡିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ସେପଟେ ଦିଦିଙ୍କୁ ଚେକମେଟ୍‌ ଦେବାକୁ ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେପି ହେଭିଓ୍ବେଟ୍‌ ।

ବେଙ୍ଗଲରେ ମୋଦି, ଶାହା ଓ ନଡ୍ଡା ହେଉଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର । ବିଜେପିକୁ ସବୁ ପରିସ୍ଥିତିରେ ମୁକାବିଲା କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ମମତା ବାନାର୍ଜୀ ସେପଟେ ବିଜେପି ହେଭିଓ୍ବେଟ୍‌ ଅମିତ ଶାହାଙ୍କ ଫ୍ୟାକ୍ଟର ଉପରେ ସମସ୍ତଙ୍କ ନଜର ରହିଛି ।

   Related Posts