Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦେଶର ସବୁଠାରୁ ଗରିବ ସାଂସଦ ଏହି ବିଜେପି ପ୍ରାର୍ଥୀ : ୩୪ ହଜାର ୩୧୧ ଟଙ୍କାର ରହିଛି ସମ୍ପତ୍ତି, ଜାଣନ୍ତୁ ସବୁଠାରୁ ଧନୀ ସାଂସଦ କିଏ ଏବଂ କେତେ ଅଛି ତାଙ୍କ ସମ୍ପତ୍ତି

30/03/2019 at 2:16 PM

ନୂଆଦିଲ୍ଲୀ ୩୦/୩ : ଦେଶର ସବୁଠାରୁ ଗରିବ ସାଂସଦ ହେଉଛନ୍ତି ସୁମେଧାନନ୍ଦ ସରସ୍ବତୀ | ସେ ରାଜସ୍ଥାନ ସିକରରୁ ବିଜେପିର ସାଂସଦ ଅଛନ୍ତି | ଏସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ରିପୋର୍ଟ ଅନୁଯାୟୀ, ତାଙ୍କର ସମ୍ପତ୍ତି ହେଲା ୩୪ ହଜାର ୩୧୧ ଟଙ୍କା |


ହରିୟାଣା ରୋହତକରେ ଜନ୍ମ ହୋଇଥିଲେ ସୁମେଧାନନ୍ଦ ସରସ୍ବତୀ | ସେ ୨୦୧୪ ମସିହାରେ ନିଜର କଂଗ୍ରେସ ପ୍ରତିଦ୍ବନ୍ଦୀ ପ୍ରତାପ ସିଂ ଜାଟଙ୍କୁ ୨.୩୯ ଲକ୍ଷ ଭୋଟରୁ ପରାସ୍ତ କରିଥିଲେ |


ବିଜେପି ପୁଣିଥରେ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଛି | ସରସ୍ବତୀ କୁହନ୍ତି ସେ ଜଣେ ସନ୍ୟାସୀ | ତାଙ୍କର କୌଣସି ସମ୍ପତ୍ତି, ଜାୟଦାଦ, ପରିବାର କିଛି ନାହିଁ | ସେ କହିଛନ୍ତି ଯେ, ସେ ଜଣେ ସାମାଜିକ କର୍ମୀ | ତାଙ୍କର କୌଣସି ଆଶା ନାହିଁ କି ତାଙ୍କୁ ସମ୍ପତ୍ତି ମଧ୍ୟ ଦରକାର ନାହିଁ | କେବଳ ଯୋଡ଼ାଏ ଡ୍ରେସ ଏବଂ ଭୋଜନର ଆବଶ୍ୟକତା ରହିଛି ବୋଲି କୁହନ୍ତି ସରସ୍ବତୀ |


ସରସ୍ଵତୀ ପିପରେଲି ଗାଁର ଏକ ବୈଦିକ ଆଶ୍ରମରେ ସାଧାରଣ ଜୀବନଯାପନ କରନ୍ତି | ସେ ଗତ ୨୩ ବର୍ଷ ହେଲା ସିକରରେ ରହୁଛନ୍ତି | ସେ ଆର୍ଯ୍ୟ ସମାଜର ଜଣେ ସଦସ୍ୟ | ସେ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ଦରକାର ପଡେ ଲୋକେ ତାଙ୍କୁ ଯୋଡ଼ାଏ ଡ୍ରେସ ଦେଇ ଦିଅନ୍ତି | ଏପରିକି ନିର୍ବାଚନ ମଧ୍ୟ ସେ ଦଳର ସମର୍ଥକ ଏବଂ କର୍ମକର୍ତ୍ତାଙ୍କ ସହଯୋଗରେ ଲଢ଼ୁଛନ୍ତି | ସେମାନେ ପାରୁପର୍ଯ୍ୟନ୍ତ ତାଙ୍କୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ସରସ୍ବତୀ |


ଅପରପକ୍ଷରେ ଟିଡ଼ିପି ନେତା ଜୟଦେବ ସବୁଠାରୁ ଧନୀ | ରିପୋର୍ଟ ଅନୁଯାୟୀ, ଟିଡ଼ିପି ସାଂସଦ ଜୟଦେବ ଗଲ୍ଲା ସବୁଠାରୁ ଧନୀ ସାଂସଦ | ତାଙ୍କ ପାଖରେ ୬୮୩ କୋଟି ଟଙ୍କାର ସମ୍ପତ୍ତି ଅଛି |

   Related Posts