ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମଦିନ, ବିଜେପିର ସେବା ସପ୍ତାହ ଉଦଯାପିତ
20/09/2020 at 8:35 PM

ନୀଳଗିରି,୨୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ଅବସରରେ ଗତ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ସେବା ସପ୍ତାହ ରୂପେ ପାଳନ କରୁଛି। ଆଜି ସେବା ସପ୍ତାହର ଉଦ୍ଯାପନୀ ଦିବସ ପାଳନ କରାଯାଇଛି। ଗତ ୧୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ନୀଳଗିରି ବିଜେପି ସିଆଡ଼ିମାଳ ଓ ଜଡିଦା ପଂଚାୟତରେ ବୃକ୍ଷ ରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ କରିଥିଲା। ଏପରିକି ଏନଏସି ଓ ବିଭିନ୍ନ ପଂଚାୟତରେ ମାସ୍କ ବିତରଣ କରାଯାଇ ସଚେତନ କରାଯାଇଥିଲା।

ଆଜି ସେବା ସପ୍ତାହର ଉଦଯାପନୀ ଉତ୍ସବରେ ନୀଳଗିରି ବିଜେପି ତରଫରୁ ସ୍ଵଛଭାରତ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୭ଟା ସମୟରେ ନୀଳଗିରି ବେଜେପି ଦଳ ତରଫରୁ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ତତ୍ଵାବଧାନରେ ସଜନାଗଡ଼ ଚଣ୍ଡୀ ମନ୍ଦିରଠାରୁ ସ୍ଵଚ୍ଛଭାରତ ଅଭିଯାନ ଆରମ୍ଭ ହୋଇଥିଲା।

ସାମାଜିକ ଦୂରତା ବଜାଇ ରଖି ଅଞ୍ଚଳବାସୀଙ୍କୁ ମାସ୍କ ବିତରଣ ହେବା ସହିତ ସଜନାଗଡ଼ ବଜାର ଓ ଆଖ ପାଖ ଅଞ୍ଚଳ ସଫେଇ କରାଯାଇଥିଲା। ଏହାପରେ ମହିଷାପଟା ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ୟ ହୋଇଥିଲା। ଏହି ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ବିଜେପି ନେତା ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ,ଉପେନ୍ଦ୍ର ନାୟକ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।