Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ପୁଡୁଚେରୀରେ କଂଗ୍ରେସ କ୍ଷମତାରୁ ହଟିବା ପରେ ବିଜେପିର ପ୍ରତିକ୍ରିୟା : ‘କ୍ଷମତା ପାଇଁ ଦାବିକରିବୁ ନାହିଁ, ନିଜ ଦମରେ ସରକାର ଗଢିବୁ’

22/02/2021 at 4:28 PM

ନୂଆଦିଲ୍ଲୀ ୨୨/୦୨ : ପୁଡୁଚେରୀରେ ୟୁପିଏ ସରକାର କ୍ଷମତାରୁ ହଟିବା​‌ ପରେ ପ୍ରତିକ୍ରିୟା ରଖିଛି ବିରୋଧୀ ବିଜେପି । ଭାରତୀୟ ଜନନା ପାର୍ଟି କହିଛି ଯେ, ପୁଡୁଚେରୀରେ ସରକାର ଗଢିବାକୁ ଦଳ ଦାବି କରିବ ନାହିଁ । ନାରାୟଣ ସ୍ବାମୀଙ୍କ ସରକାର କ୍ଷମତାରୁ ହଟିବା କେନ୍ଦ୍ରଶାସିତ ରାଜ୍ୟ ପୁଡୁଚେରୀରୁ ସବୁଠାରୁ ଖରାପ ଅଧ୍ୟାୟର ଅନ୍ତ ହେଲା ବୋଲି କହିଛି ବିଜେପି ।

ସୂଚନା ଅନୁସାରେ ରାଜ୍ୟରେ ଏପ୍ରିଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ନେଇ ଘୋଷଣା କରାଯାଇପାରେ । ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇନପାରିନଥିଲେ ଏବଂ ଦଳର ବିଧାୟକମାନଙ୍କ ସହିତ ଗୃହ ତ୍ୟାଗ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ଉପ-ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ମଧ୍ୟ ପଠାଇଦେଇଛନ୍ତି ।

ବିଧାନସଭାରେ, ପୂର୍ବତନ ଉପ-ରାଜ୍ୟପାଳ କିରଣ ବେଦୀ ଏବଂ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନାରାୟଣସ୍ବାମୀ । ସେ କହିଛନ୍ତି, କିରଣ ବେଦୀ ଏବଂ କେନ୍ଦ୍ର ସରକାର ବିରୋଧୀଙ୍କ ସହ ସାଲିସ୍‌ କରି ସରକାର ଭାଙ୍ଗିବାକୁ ପ୍ରୟାସ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି ।

ତେ​‌ବେ ବିଧାନସଭାରେ, ୟୁପିଏ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇନପାରିବା ନେଇ ବିଜେପି ଅଧ୍ୟକ୍ଷ ବି. ସାମୀନାଥନ୍‌ କହିଛନ୍ତି, ‘ଏପରି ସ୍ଥଳେ ରାଜ୍ୟରେ ସରକାର ଗଢିବା ପାଇଁ ଦାବି କରିବ ନାହିଁ ଦଳ । ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ଓ ଆର୍ଶୀବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ଗଢିବ ଏନ୍‌ଡିଏ ।’

ଏହା ସହିତ ବିଜେପି ଅଭିଯୋଗ କରିଛି ଯେ, ଗତ ୫ ବର୍ଷ ଧରି ରାଜ୍ୟର ଅର୍ଥକୁ ଆତ୍ମସାତ୍‌ କରୁଥିଲେ । ଯେଉଁ ଟଙ୍କାକୁ କେନ୍ଦ୍ର ସରକାର ଲୋକଙ୍କ ବିକାଶ, ସ୍ବାସ୍ଥ୍ୟ, ସଡକ ଏବଂ ଶିକ୍ଷା ପାଇଁ ଦେଉଥିଲା, ତାହାର ଦୂରୁପଯୋଗ ହୋଇଆସୁଥିଲା । ଆଗାମୀ ନିର୍ବାଚନରେ ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି ବିଜେପି ଅଧ୍ୟକ୍ଷ ବି. ସାମୀନାଥନ୍ କହିଛନ୍ତି ।

   Related Posts