Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭବାନୀପୁରରୁ ପ୍ରିୟଙ୍କା ଟିବରେଓ୍ବାଲଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେବେ ଟକ୍କର

10/09/2021 at 5:22 PM

କୋଲକାତା ୧୦/୦୯ : ପଶ୍ଚିମବଙ୍ଗରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ଭବାନୀପୁର ସିଟ୍‌ରୁ ପ୍ରିୟଙ୍କା ଟିବରେଓ୍ବାଲାଙ୍କୁ ପ୍ରାର୍ଥୀ କରିଛି ବିଜେପି । ନନ୍ଦୀଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହେବା ପରେ ଏବେ ନିଜର ପୂର୍ବ ଆସନ ଭବାନୀପୁରରୁ ପ୍ରାର୍ଥୀ ହୋଇଛନ୍ତି ଦିଦି ।

ପରାଜୟର ସ୍ବାଦ ଚାଖିନଥିବା ଦିଦି କିନ୍ତୁ ଶୁଭେନ୍ଦୁଙ୍କ ସାମ୍ନାରେ ଫେଲ ପାରିଥିଲେ । ନନ୍ଦୀଗ୍ରାମରେ ଶୁଭେନ୍ଦୁଙ୍କ ଦବଦବା ଥିବା ଜାଣି ସୁଦ୍ଧା ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ । କମ୍‌ ବ୍ୟବଧାନରେ ହେଉ ବରଂ ଜଣେ ମୁଖିଆ ପରାଜୟର ସାମ୍ନା କରିଥିଲେ । ଏବେ ପୁଣିଥରେ ଉପନିର୍ବାଚନରେ ଦେଖିବାକୁ ମିଳିବ ମହାଲଢେଇ । ଦିଦିଙ୍କ ବିପକ୍ଷରେ ଲଢିବା ପାଇଁ ବିଜେପି ପ୍ରିୟଙ୍କା ଟିବରେଓ୍ବାଲାଙ୍କୁ ପ୍ରାର୍ଥୀ କରିଛି ।

ପ୍ରିୟଙ୍କା ଟିବରେଓ୍ବାଲ କିଏ ?

ପ୍ରିୟଙ୍କ ଟିବରେଓ୍ବାଲ ପେସାରେ ଜଣେ ଓକିଲ । ସେ ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଏହାପରେ ୨୦୧୫ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ଓ୍ବାର୍ଡ ନମ୍ବର ୫୮ରୁ ନଗର ପରିଷଦ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । ଏହାପରେ ୨୦୨୦ରେ ତାଙ୍କୁ ପଶ୍ଚିମବଙ୍ଗ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।

ଗତ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ରାଜନୈତିକ ହିଂସାକୁ ନେଇ କୋଲକାତା ହାଇକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରିଥିଲେ ପ୍ରିୟଙ୍କା ଟିବରେଓ୍ବାଲ । ଏହା ସହିତ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କର ରାଜନୈତିକ ପରାମର୍ଶନାତା ମଧ୍ୟ ରହିସାରିଛନ୍ତି । ଗତ ନିର୍ବାଚନରେ ତାଙ୍କୁ କୋଲକାତାର ଏଣ୍ଟଲୀ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥି କରିଥିଲା ବିଜେପି । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସ୍ବର୍ଣ୍ଣକମଳ ଶାହାଙ୍କ ଠାରୁ ୫୮,୨୫୭ ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

   Related Posts