Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପିୟୁଷ ଗୋଏଲଙ୍କୁ ବଡ ପ୍ରମୋସନ୍‌ : ରାଜ୍ୟସଭା​‌ରେ ହେଲେ ବିଜେପି ସଂସଦୀୟ ଦଳ ନେତା

14/07/2021 at 4:14 PM

ନୂଆଦିଲ୍ଲୀ ୧୪/୦୭ : ବରିଷ୍ଠ ବିଜେପି ନେତା ପିୟୁଷ ଗୋଏଲ, ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ (ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଓ ଟେକ୍ସଟାଇଲ) ବିଭାଗ ମନ୍ତ୍ରୀ ଥିବା ପିୟୁଷ ଗୋଏଲଙ୍କୁ ରାଜ୍ୟସଭା​‌ରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ କରାଯାଇଛି । ପୂର୍ବରୁ ଥାଓ୍ବରଚାନ୍ଦ ଗେହେଲଟ ଥିଲେ ରାଜ୍ୟସଭାରେ ସଂସଦୀୟ ଦଳ ନେତା । ସେ କର୍ଣ୍ଣାଟକର ରାଜ୍ୟପାଳ ନିଯୁକ୍ତ ହେବା ପରେ ଏହି ପଦବୀ ଖାଲିଥିଲା । ତେବେ ବର୍ତ୍ତମାନ ପିୟୁଷ ଗୋଏଲଙ୍କୁ ଏହି ପଦବୀ ମିଳିଛି ।

ନିକଟରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍‌ ଅଦଳବଦଳରେ ପିୟୁସ ଗୋଏଲଙ୍କୁ ରେଳ ମନ୍ତ୍ରୀ ଦାୟିତ୍ବରୁ ଅବ୍ୟାହତି ଦିଆଯାଇ ବାଣିଜ୍ୟ ଏବଂ ଶିଳ୍ପ ତଥା ଟେକ୍ସଟାଇଲ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ଦିଆଯାଇଥିଲା । ଏହା ସହିତ ବର୍ତ୍ତମାନ ତାଙ୍କୁ ଦଳୀୟ ସଂଗଠନ ତଥା ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

   Related Posts