Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବେଙ୍ଗଲ ବିଜେପିକୁ ଲାଗିପା​‌ରେ ଆଉ ଏକ ଶକ୍ତ ଝଟ୍‌କା, ଟିଏମସିରେ ସାମିଲ ହେବେ ଏହି ହେଭିଓ୍ବେଟ୍ !

28/09/2021 at 8:30 AM

କୋଲକାତା ୨୮/୦୯ : ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡା ଛୁଟୁଛି । ଆଉ ମାତ୍ର କେଇ ଘଣ୍ଟାରେ ଭବାନୀପୁରରେ ଉପନିର୍ବାଚନ ପାଇଁ ଭୋଟ ଦାନ ହେବ । ସୋମବାର ପ୍ରଚାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିପକ୍ଷରେ ଅଛନ୍ତି ବିଜେପି ନେତ୍ରୀ ପ୍ରିୟଙ୍କା ଟିବରେଓ୍ବାଲ ।

ନିର୍ବାଚନ ଠିକ ପୂର୍ବରୁ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ବିଟର୍‌ ଯୁଦ୍ଧ । ବେଙ୍ଗଲୀ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ସାଂସଦ ଲକେଟ୍‌ ଚାଟାର୍ଜୀ ତୃଣମୂଳ କଂଗ୍ରେସରେ ସାମିଲ ହେବାନେଇ ଚର୍ଚ୍ଚା​‌ ଜୋରଧରିଛି । ଟ୍ବିଟରରେ ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀ ଏବଂ ଟିଏମ୍‌ସି ପ୍ରବକ୍ତା କୃଣାଳ ଘୋଷଙ୍କ ମଧ୍ୟରେ ଶବ୍ଦ ବ୍ୟବହାରକୁ ନେଇ ଏଭଳି ଅନୁମାନ କରାଯାଉଛି । ବେଙ୍ଗଲ ପରିବହନ ମନ୍ତ୍ରୀ ଫିରହାଦ ହାକିମ ୩ ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ‘ବିଜେପିର ଜଣେ ଆଗଧାଡିର ନେତା କିଛିଦିନ ମଧ୍ୟରେ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଆଉ କିଛି ଦିନ ମଧ୍ୟରେ ବେଙ୍ଗଲରେ ବିଜେପି ଦଳ ଛାରଖାର ହୋଇଯିବ ।’

କିନ୍ତୁ ବିଜେପିର କେଉଁ ବଡ ନେତା ଟିଏମ୍‌ସିରେ ସାମିଲ ହେବେ ସେ ନେଇ କୌଣସି ସୂଚନା ଦେଇନଥିଲେ ହାକିମ । କିନ୍ତୁ ଏବେ କୃଣାଳ ଘୋଷଙ୍କ ଟ୍ବିଟ୍‌ ପରେ ପୁଣିଥରେ ସରଗରମ ହୋଇଛି ଚର୍ଚ୍ଚା । ଟ୍ବିଟ୍‌ କରି ଘୋଷ ଲେଖିଛନ୍ତି, ‘ଭବାନୀପୁରରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇନଥିବାରୁ ଧନ୍ୟବାଦ, ଷ୍ଟାର ପ୍ରଚାରକ । ବିଜେପିର ଅନେକ ଅନୁରୋଧ ପରେ ବି ଆପଣ ପ୍ରଚାରରେ ସାମିଲ ହୋଇନଥିଲେ । ଜଣେ ବନ୍ଧୁ ଭାବେ ଆପଣଙ୍କ ସଫଳତା କାମନା କରୁଛି । ଆଶା କରୁଛି ପୁରୁଣା ଦିନ ପୁଣିଥରେ ଫେରିବ । ଯେତେବେଳେକି ଆପଣ ଆପଣଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।’

ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀ କୃଣାଳ ଘୋଷଙ୍କ ଏହି ଟ୍ବିଟ୍‌କୁ ରିଟ୍ବିଟ୍‌ କରି କହିଛନ୍ତି, ‘ଆପରଙ୍କୁ ଏହା ସିନିଶ୍ଚିତ କରିବା ଉଚିତ ଯେ, ମମତା ବାନାର୍ଜୀ ଭବାନୀପୁରରୁ ନହରାନ୍ତୁ ।’

ଏହାର ଜବାବ ଦେବାକୁ ଯାଇ କୃଣାଳ ଚାଟାର୍ଜୀ କହିଛନ୍ତି, ‘ଚିନ୍ତା କରନ୍ତୁ ନାହିଁ । ମମତା ବାନାର୍ଜୀ ବଡ ବ୍ୟବଧାନରେ ଜିତିବେ । ଆପଣ ବି ଏହା ହିଁ ଚାହାନ୍ତି । ମୁଁ ଜାଣିଛି ଆପଣଙ୍କୁ ଆପରଙ୍କ ଦଳ ପକ୍ଷରେ ଲେଖିବାକୁ ପଡିବ । ତଥାପି ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।’ ଏକ ହିନ୍ଦି ଚଳଚିତ୍ରର ଗୀତ, କହିଁ ପେ ନିଗାହେଁ କହିଁ ପେ ନିଶାନାର ଉଦାହରଣ ଦେଇଛନ୍ତି ଟିଏମ୍‌ସି ପ୍ରବକ୍ତା କୃଣାଳ ଘୋଷ ।

ତେବେ ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଜଦି କୃଣାଳ ଘୋଷଙ୍କ ଅନୁମାନ ଠିକ ହୁଏ ତେବେ ବାବୁଲ ସୁପ୍ରିୟୋଙ୍କ ପରେ ଲକେଟ୍‌ ଚାଟାର୍ଜୀ ଟିଏମ୍‌ସିକୁ ଫେରିବେ । ଏହା ହେଲେ ବେଙ୍ଗଲରେ ବିଜେପି ପାଇଁ ଶକ୍ତ ଝଟ୍‌କା ଲାଗିବ ।  

   Related Posts