ଗୁଜରାଟରେ ବିଜେପିର ବାଜିମାତ୍ : ୬ଟି ଯାକ ନଗରନିଗମକୁ କବ୍‌ଜା କଲା ଦଳ, କଂଗ୍ରେସ ଚିତ୍‌ପଟାଙ୍ଗ୍‌

Published By : Prameya-News7 Bureau | February 23, 2021 IST

ଅହମଦାବାଦ ୨୩/୦୨ : ନଗର ନିଗମ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଛି । ଗୁଜରାଟର ୬ଟି ଯାକ ନଗର ନିଗମକୁ କବ୍‌ଜା କରିଛି ବିଜେପି । ଅନ୍ୟପଟେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି । ନିର୍ବାଚନରେ ଅରବିନ୍ଦ କେଜରୀଓ୍ବାଲଙ୍କ ଆପ୍‌ ଏବଂ ଅସଦୁଦ୍ଦିନ୍‌ ଓଓ୍ବେସିଙ୍କ ପାର୍ଟି AIMIMକୁ ମଧ୍ୟ ସଫଳତା ମିଳିଛି ।

ରାଜକୋଟରେ, ମୋଟ ୭୨ ସିଟ୍‌ ମଧ୍ୟରୁ ୬୮ଟି ସିଟ୍‌ କବ୍‌ଜା କରିନେଇଛି ବିଜେପି ଏବଂ କଂଗ୍ରେସକୁ ୪ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି । ସେହିଭଳି ଭଦୋଦରାରେ ୬୫ସିଟ୍‌ରେ ବିଜେପି ବାଜିମାତ କରିଛି ଏବଂ କଂଗ୍ରେସ ଖାତାକୁ ଯାଇଛି ୭ଟି ସିଟ୍‌ ।

ଜାମନଗରର ୬୪ ଆସନ ମଧ୍ୟରୁ  ୫୧ଟି ଆସନରେ ବିଜେପି ଏବଂ ୧୦ଟିରେ କଂଗ୍ରେସ ବାଜିମାତ କରିଛି ଏବଂ ୩ଟି ଆସନରେ ଅନ୍ୟମାନେ ବିଜୟୀ ହୋଇଛନ୍ତି । ଭାବନଗରରେ ମୋଟ ୫୨ ସିଟ୍‌ରୁ ୪୪ଟି ସିଟ୍‌ରେ ବିଜେପି ଏବଂ ୮ଟି ସିଟ୍‌ କଂଗ୍ରେସ ଖାତାକୁ ଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସୁରତରେ ବର୍ତ୍ତମାନ ସୁଦ୍ଧା ଖାତା ଖୋଲିପାରି ନାହିଁ କଂଗ୍ରେସ । ମୋଟ ୧୨୦ ସିଟ୍‌ ମଧ୍ୟରୁ ୯୩ ସିଟ୍‌ ବିଜେପି କବ୍‌ଜା କରିଥିବା ବେଳେ ୨୭ ଟି ସିଟ୍‌ ଆପ୍‌ ଖାତାକୁ ଯାଇଛି । ସେହିଭଳି ଅହମଦାବାଦର ୧୯୨ ସିଟ୍‌ରୁ ୧୪୬ ସିଟ୍‌ରେ ବିଜେପି ପ୍ରାର୍ଥୀ ବିଜୟ ମୂକୁଟ ପିନ୍ଧିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୧୩ଟି ସିଟ୍‌ ଏବଂ AIMIM ୭ଟି ସିଟ୍‌ରେ ବିଜୟ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.