Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ରାହୁଲ ଗାନ୍ଧୀଙ୍କ ବାହାଘର ପାଇଁ ୨୧ ହଜାର ଟଙ୍କା ଦାନ କରିବାକୁ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, କଂଗ୍ରେସ କହିଲା ପ୍ରଥମେ ନିଜ ନେତାଙ୍କ ବାହାଘର କରାନ୍ତୁ…

12/05/2020 at 5:48 PM

ଭୋପାଲ ୧୨/୦୫ : ରାଜନୀତିରେ ସୁଚିନ୍ତା ସମ୍ପର୍କରେ କଥା କହୁଥିବା ବିଜେପିର ଯୁବନେତା ବୋଧହୁଏ ନିଜ ଦଳର ନିୟମ ସହ ଶିଷ୍ଟାଚାର ବି ଭୁଲିଯାଇଛନ୍ତି | ସେଥିପାଇଁ ବୋଧହୁଏ ବିଜେପିର ଦୁଇ ଯୁବନେତା ଟ୍ୱିଟରରେ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମନ୍ତବ୍ୟ ଦେଇଛନ୍ତି | ମାମଲାଟି ରାହୁଲ ଗାନ୍ଧୀଙ୍କ ବିବାହ ସମ୍ବନ୍ଧୀୟ | ବିଜେପିର ଯୁବନେତାଙ୍କ ଟ୍ୱିଟ ପରେ କଂଗ୍ରେସ ମଧ୍ୟ ଜବାବ ଦେବାକୁ ପଛାଇ ନଥିଲା | କଂଗ୍ରେସ ଜବାବ ଦେଇଥିଲା, ପ୍ରଥମେ ନିଜ ଦଳର ନେତାଙ୍କ ବାହାଘର କରାଅ | ଏହାପରେ ବିଜେପିର ଯୁବନେତା ପୁଣି ନିଜ ପକ୍ଷ ରଖିଥିଲେ |

ରାହୁଲ ଗାନ୍ଧୀ କେବେ ବାହାହେବେ ଏ ପ୍ରଶ୍ନ ବାରମ୍ବାର ସାମ୍ନାକୁ ଆସିଥାଏ | କିନ୍ତୁ ଏବେ ଏହି ବିଷୟ ମଧ୍ୟପ୍ରଦେଶରେ ରାଜନୈତିକ ଝଡ଼ର ଏକ କାରଣ ପାଲଟିଯାଇଛି | ବିଜେପିର  ଯୁବନେତା ରାହୁଲ ଗାନ୍ଧୀଙ୍କ ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ କମେଣ୍ଟ କରିଥିଲେ | ଏହାପରେ କଂଗ୍ରେସ କଡା ପ୍ରତିକ୍ରିୟା ରଖିଥିଲା |

ମଧ୍ୟପ୍ରଦେଶ ବିଜେପିର ମୁଖପାତ୍ର ରାହୁଲ କୋଠରୀ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଟ୍ୱିଟ କରି କହିଥିଲେ ଯଦି ରାହୁଲ ବିବାହ କରନ୍ତି ତାହେଲେ ତାଙ୍କ ବାହାଘର ଖର୍ଚ୍ଚ ବିଜେପିର ଯୁବନେତା କରିବେ | ରାହୁଲ କୋଠରୀଙ୍କ ଏହି ଟ୍ୱିଟରେ ବିଜେପି ଯୁବମୋର୍ଚ୍ଚା ନେତା ଦେବେନ୍ଦ୍ର ତୋମାର କମେଣ୍ଟ କରି କହିଥିଲେ, ରାହୁଲ ଗାନ୍ଧୀଙ୍କ ବିବାହ ପାଇଁ ତାଙ୍କ ତରଫରୁ ସେ ୨୧ ହଜାର ଟଙ୍କା ଦେବେ | ବିଜେପି ନେତାଙ୍କ ଏହି ଟ୍ୱିଟ ପରେ କଂଗ୍ରେସ ଆପତ୍ତି କରିଥିଲା |

ରାହୁଲ ଗାନ୍ଧୀଙ୍କ ବାହାଘରରେ ୨୧ ହଜାର ଟଙ୍କା ଦେବାକୁ ଘୋଷଣା କରିଥିବା ବିଜେପି ଯୁବମୋର୍ଚ୍ଚାର ନେତା ଦେବେନ୍ଦ୍ର ତୋମାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ପୁଅ | ଦେବେନ୍ଦ୍ର ତୋମାର ରାଜନୀତି ଛଡା ଖେଳକୁଦ ମାମଲାରେ ମଧ୍ୟ ସକ୍ରିୟ |

ବିଜେପି ନେତାଙ୍କ କମେଣ୍ଟ ଉପରେ କଂଗ୍ରେସ ଆପତ୍ତି ଦର୍ଶାଇଛି | କଂଗ୍ରେସ ମୁଖପାତ୍ର ସୟଦ ଜାଫର କହିଛନ୍ତି ଯେ, ବିଜେପି ନେତାଙ୍କୁ ପ୍ରଥମେ ନିଜ ଦଳର ନେତାଙ୍କ ଉପରେ ନଜର ରଖିବା ଆବଶ୍ୟକ | ଯେଉଁ ନେତାମାନଙ୍କ ବାହାଘର ହୋଇନି ବିଜେପି ନେତା ପ୍ରଥମେ ସେମାନଙ୍କ ବିବାହ କରାନ୍ତୁ | ସେହି ବିବାହ ଆୟୋଜନ ପାଇଁ ଯଦି ଆର୍ଥିକ ସହାୟତା ଦରକାର ହୁଏ ତାହେଲେ କଂଗ୍ରେସ ନେତା ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି |

ଏହାପରେ ବିଜେପି ନେତା ରାହୁଲ କୋଠରୀ ସଫେଇ ଦେଇଥିଲେ ଯେ, ସେ ଥଟ୍ଟା ମଜାରେ ଏହିଭଳି କହିଥିଲେ | ନିଜ ସଫେଇରେ ସେ କହିଥିଲେ ସୋନିଆ ଗାନ୍ଧୀ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ବିଷୟରେ ଏହିଭଳି ମନ୍ତବ୍ୟ ଦେଇଥିଲେ |

   Related Posts