Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଦିନ ଦ୍ବିପ୍ରହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

17/05/2020 at 10:56 AM

ବେଗୁସରାଇ ୧୭/୦୫ : ବିହାର ବେଗୁସରାଇରେ ଘଟିଛି ହତ୍ୟାକାଣ୍ଡ | ଦିନ ଦ୍ବିପ୍ରହରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛି ଜଣେ ଦୁର୍ବୁତ୍ତ | ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ମହାମନ୍ତ୍ରୀ ଧୀରଜ ଭରଦ୍ୱାଜଙ୍କ ମୃତ୍ୟୁ ହୋଇଛ | ଘଟଣାରେ ୩ ଜଣଙ୍କୁ ଗୁଳି ବାଜିଛି | ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ମଟିହାନି ଥାନା ଅନ୍ତର୍ଗତ କେଥମା ଅଞ୍ଚଳରେ ଘଟଣା ଘଟିଛି | ଆପୋଷ ବିବାଦ ଯୋଗୁଁ ଗୁଳିକାଣ୍ଡ ଘଟିଥିବା କୁହାଯାଉଛି | ଏକାଥରେ ୩ ଜଣଙ୍କ ଉପରକୁ ଗୁଳି ଚଲାଇବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି | ହତ୍ୟା ମାମଲାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି |

ଏହା ପୂର୍ବରୁ ଶନିବାର ଦିନ ବିହାର ରୋହତସ ଅଞ୍ଚଳରେ ଜଣେ ଛାତ୍ର ନେତାଙ୍କୁ ଦିନ ଦ୍ବିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା | ମୃତ ଛାତ୍ର ନେତା ତେଜ ପ୍ରତାପ ଯାଦବଙ୍କ ନିକଟତର ବନ୍ଧୁ ଥିଲେ |

   Related Posts