ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି : କଳାହାଣ୍ଡି ଏସ୍‌ପି ଅଫିସ୍ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ଧସ୍ତାଧସ୍ତି

Published By : Prameya-News7 Bureau | October 23, 2021 IST

କଳାହାଣ୍ଡି ୨୩।୧୦: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଏସପିଙ୍କ କାର୍ଯ୍ୟାଳୟ ଘେରାଉ । ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରିଛି ବିଜେପି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏସପିଙ୍କ ଅଫିସ୍ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ମନ୍ତ୍ରୀ ଇସ୍ତଫା ନଦେଲେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ବିଜେପି କହିଛି । ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ଏହି ଚେତାବନୀ ଦେଇଛନ୍ତି ।

wp:gallery {"ids":[531907],"linkTo":"none"} /wp:gallery

ସେପଟେ ବିଜେପି କହିଛି ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ । ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । ମିଡିଆରେ କାହା ଫେସ୍ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଶୁକ୍ରବାର ସେମାନେ ଥାନାରେ ଠେଲାପେଲା ହେଉଥିଲେ । ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ନାହିଁ ।

ଖାଲି ଟ୍ବିଟ୍ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.