Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବଙ୍ଗରେ ଜାରି ରହିଛି ହିଂସା ଖେଲ୍: ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, TMC ଉପରେ ଲଗିଲା ଅଭିଯୋଗ

18/10/2021 at 1:15 PM

କୋଲକାତା ୧୮/୧୦: ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା । ଜାରି ରହିଛି ହିଂସାର ଖେଳ । ମମତା ଓ ମୋଦିଙ୍କ ରାଜନୈତିକ ଟକ୍କରରେ ପୁଣି ରକ୍ତରଞ୍ଜିତ ହୋଇଛି ରାଜ୍ୟ ରାଜନୀତି । କେବେ ଟିଏମ୍‌ସି ନେତା ତ କେବେ ବିଜେପି ନେତାଙ୍କୁ କରାଯାଉଛି ହତ୍ୟା । ଆଜି ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ବିଜେପି ଯୁବ ମୋର୍ଚ୍ଚା ନେତା ମିଥୁନ ଘୋଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମିଥୁନଙ୍କୁ ଉତ୍ତର ଦିନାଜପୁରର ଇତାହରରେ ହତ୍ୟା କରାଯାଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ସେ ଟ୍ୱିଟ୍ କରି ଲେଖିଛନ୍ତି ” ଉତ୍ତର ଦିନାଜପୁର ଜିଲ୍ଲା BJYM ଭାଇସ୍‌ ପ୍ରେସିଡେଣ୍ଟ ମିଥୁନଙ୍କ ଘୋଷଙ୍କୁ ଆକ୍ରମକାରୀମାନେ ଗୁଲି କରି ହତ୍ୟା କରିଛନ୍ତି।

ଏହା ଟିମ୍‌ଏମ୍‌ସିର କାର୍ଯ୍ୟ। କିଛି ଅସାମାଜିକ ରକ୍ତପିପାଶୁ ପାଗଳ କୁକୁର ତାଙ୍କ ବସ୍‌ଙ୍କ କଥାରେ ଏଭଳି କାଣ୍ଡ ଭିଆଇଛନ୍ତି। ଢେଉ ଲେଉଟିଲେ(ଆମର ସମୟ ଆସିଲେ) ଏହାର ଜବାବ ଦିଆଯିବ। ଆମେ ମିଥୁନ ଘୋଷଙ୍କୁ ଭୁଲିପାରିବୁ ନାହିଁ ।”

   Related Posts