ନେତାଙ୍କ ପାଟିକୁ ନାହିଁ ବାଡବତା : ମମତାଙ୍କ ଉପରେ ଗର୍ଜିଲେ ବିଜେପି ନେତା ଦିଲୀପ ଘୋଷ, କହିଲେ ଅଶାଳୀନ ଭାଷା, କଲେ ବିବାଦୀୟ ଆକ୍ଷେପ

Published By : Prameya-News7 Bureau | December 04, 2020 IST

କୋଲକାତା, ୦୪।୧୨:   ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଅନେକ ଦିନ ବାକି ରହିଥିବା ବେଳେ ନେତାଙ୍କ ବୟାନବାଜି ଜୋର ଧରିଛି । ଏପରିକି କିଛି ନେତା ମର୍ଯ୍ୟାଦା ଭୁଲି ଅନ୍ୟ ବିରୋଧୀ ନେତା ମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି । ଶୁକ୍ରବାର ପଶ୍ଚିମବଙ୍ଗରେ ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷ ମମତା ବାନାର୍ଜୀଙ୍କ ସରକାରକୁ କଡା ଭାଷାରେ ଟାର୍ଗେଟ୍ କରିଛନ୍ତି । ଏହାସହ ଆପତ୍ତିଜନକ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି ।

ଦିଲୀପ ଘୋଷ କହିଛନ୍ତି ଯେ, ମମତା ବାନାର୍ଜୀ ଶ୍ରୀ ଜୟ ଶ୍ରୀରାମ ନାରା ନେଉନାହାଁନ୍ତି । ଏହି ନାରା ନେଲେ ତାଙ୍କୁ ଅସୁବିଧା ହୁଏ । ଏପରିକି ମମତା ଜଣେ ହାରାମୀଙ୍କ ଭଳି ବ୍ୟବହାର କରୁଛନ୍ତି । ମମତାଙ୍କ ରକ୍ତରେ ଏପରି କଣ ଅଛି ଯେଉଁତିପାଇଁ ସେ ଜୟ ଶ୍ରୀରାମ କହୁନାହାଁନ୍ତି ବୋଲି ଦିଲୀପ ପ୍ରଶ୍ନ କରିଛନ୍ତି । ବିଜେପି ସରକାରକୁ ଆସିଲେ କାର୍ଯ୍ୟକର୍ତ୍ତାଙ୍କ ମୃ୍ତ୍ୟୁର ପ୍ରତିଶୋଧ ନେବେ ବୋଲି ସେ କହିଛନ୍ତି।

ଦିଲୀପ ଘୋଷ ଲଗାତର ଭାବେ ମମତାଙ୍କ ବିରୋଧରେ ଏପରି ବୟାନ ଦେଉଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ଘନାଉଛି । ଗତ କିଛିଦିନ ତଳେ ସେ କହିଥିଲେ ଯେ, ମମତାଙ୍କ ରାଜରେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ପଶ୍ଚିମବଙ୍ଗକୁ ପଶ୍ଚିମ ବାଂଲାଦେଶ କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୦୨୧ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏବେଠାରୁ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.