ଭୋଟଗଣତି ନେଇ ବିଜେପିର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କର୍ମଶାଳା

Published By : Prameya-News7 Bureau | May 20, 2019 IST

ଭୁବନେଶ୍ବର ୨୦/୫ : ଭୁବନେଶ୍ୱରରେ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ଚାଲିଛି । ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି । ଗତକାଲି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା । ଭୋଟଗଣତି ଉପରେ ଚାଲିଛି ଆଲୋଚନା । କର୍ମଶାଳାରେ ବିଜେପି ଲୋକସଭା ଓ ବିଧାନସଭା ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ପ୍ରମୁଖ ଉପସ୍ଥିତ ଅଛନ୍ତି ।

{"id":113826}

କାଉଣ୍ଟିଂ ବେଳେ ଦଳ ପକ୍ଷରୁ କିଭଳି ଦାୟିତ୍ବ ନିର୍ବାହ କରିବେ ସେନେଇ କର୍ମଶାଳାରେ ଆଲୋଚନା ଚାଲିଛି । କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି ।

{"id":113827}


{"id":113828}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.