Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବିଜେପି ନେତାଙ୍କ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ, ପିଲାଙ୍କୁ ଟ୍ୟୁସନରୁ ଆଣି ଆସୁଥିବାବେଳେ ରାସ୍ତାରୁ ଟେକିନେଲେ ଦୁର୍ବୃତ୍ତ

4/01/2019 at 1:42 PM

କୋଲକାତା ୪/୧ : ପଶ୍ଚିମବଙ୍ଗର ଜଣେ ଭାରତୀୟ ଜନତା ପାର୍ଟିର ନେତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି | ଘଟଣା ଘଟିଛି ୨୪ ପ୍ରଗଣା ଜିଲ୍ଲାରେ | ବିଜେପି କର୍ମୀଙ୍କ ସ୍ତ୍ରୀଙ୍କୁ ୪ଜଣ ଗଣଦୁଷ୍କର୍ମ କରିଥିବା କରିଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି | ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି | ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି | 

ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ମହିଳା ନିଜେ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଛି | ମହିଳାଙ୍କ କହିବାନୁଯାୟୀ, ମହିଳା ନିଜ ପିଲାଙ୍କୁ ଟିୟୁସନରୁ ଆଣି ଘରକୁ ଫେରୁଥିଲେ | ସେତେବେଳେ ୪ଜଣ ଯୁବକ ତାଙ୍କୁ ରାସ୍ତାରେ ଅଟକାଇଥିଲେ | ତାପରେ ଏହି୪ଜଣ ଯୁବକ ମହିଳାଙ୍କୁ ଟେକି ନେଇଥିଲେ | ଯୁବକମାନେ ମହିଳାଙ୍କୁ ଏକ ବିଲଡିଂକୁ ନେଇଯାଇଥିଲେ ଏବଂ ସେଠାରେ ସମସ୍ତେ ତାଙ୍କ ସହ ଦୁଷ୍କର୍ମ କରିଥିଲେ | ୪ଜଣ ଯାକ ଯୁବକ ମୁହଁରେ ମୁଖା ପିନ୍ଧିଥିବା ମହିଳା କହିଛନ୍ତି |

ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପ୍ରାୟ ମାସେ ପୂର୍ବରୁ ପଶ୍ଚିମବଙ୍ଗ ବିଜେପିର ଜଣେ ନେତାଙ୍କୁ ଆକ୍ରମଣ କରାଯାଇଥିଲା | ଏହି ଆକ୍ରମଣରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଯାଇଥିଲା |

   Related Posts