କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ

Published By : Prameya-News7 Bureau | June 21, 2021 IST

ଅନୁଗୋଳ ୨୧।୬: ଅନୁଗୋଳ ଷ୍ଟାଡିୟମରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ବିଜେପି କର୍ମୀ ଚିରିଦେଇଛନ୍ତି । ପୋଲିସ ଉପସ୍ଥିତିରେ ଟେଣ୍ଟରେ ଲାଗିଥିବା ପୋଷ୍ଟର ବ୍ୟାନର ସବୁ ଚିରିଦେଇଛନ୍ତି । ଟିକାକରଣକୁ ନେଇ ହୀନ ରାଜନୀତି ଚାଲିବ ନାହିଁ ବୋଲି ନାରାବାଜି କରିଥିଲେ। ମୋଦିଙ୍କ ଫଟୋ କାହିଁକି ଲାଗିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ପୋଲିସର ଉପସ୍ଥିତିରେ ହୋଇଛି। ପୋଲିସ ବହୁତ ବୁଝାସୁଝା କରିବା ପରେ ବିଜେପି କର୍ମୀମାନେ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.