Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଖାକିରେ ଲାଗିଲା କଳଙ୍କ : ପୋଲିସର PCR ଭ୍ୟାନରୁ ଜବତ ହେଲା ପେଟି ପେଟି ମଦ ବୋତଲ

6/05/2020 at 12:10 PM

ରାଜନନ୍ଦଗାଁଓ ୬/୫: ଛତିଶଗଡ଼ର ରାଜନନ୍ଦଗାଁଓ ଜିଲ୍ଲାର ଡୋଙ୍ଗରଗଡ଼ ଥାନା ଅନ୍ତର୍ଗତ ବେଲଗାଁଓରେ ପୋଲିସର ୧୧୨ଗାଡ଼ିରେ ମଦ ମିଳିବାର ମାମଲା ଧରା ପଡ଼ିଛି। ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରିବାକୁ ଦାବି କରାଯାଉଛି। ମଦ ଦୋକାନ ଖୋଲିବାକୁ ବିରୋଧ କରିବାକୁ ପହଞ୍ଚିଥିବା ଭାଜପା ଦଳ ଏହାର ସୂଚନା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି। ଅଭିଯୋଗ ପରେ ଡୋଙ୍ଗରଗଡ଼ ଥାନା ମୁଖ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଉତ୍ତେଜନା ପରେ ମାମଲା ଶାନ୍ତ ହୋଇଥିଲା। ବିଜେପି ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

ଲକଡାଉନର ତୃତୀୟ ପର୍ଯ୍ୟାୟରେ ପ୍ରଶାସର ଆଦେଶ ପରେ ମଦ ଦୋକାନ ଖୋଲାଯାଇଛି। କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ଭୟ ମଧ୍ୟରେ ବିଜେପି ମଦ ଦୋକାନ ଖୋଲିବାର ବିରୋଧ କରୁଛି। ଏହା ଅନୁସାରେ ଡୋଙ୍ଗରଗଡ଼ ବ୍ଲକର ବେଲଗାଁଓ ଗାଁରେ ବିଜେପି କର୍ମୀ ପହଞ୍ଚିଥିଲେ। ବିଜେପି କର୍ମୀ ଅଭିଯୋଗ କରିଥିଲେ ଯେ ମଦ ଦୋକାନ ପାଖରେ ପହଞ୍ଚିବା ପରେ ହଠାତ୍ ତାଙ୍କ ନଜର ମଦ ଦୋକାନ ପାଖରେ ଛିଡ଼ା ହୋଇଥିବା ଡାୟଲ୍ ୧୧୨ଉପରେ ପଡ଼ିଥିଲା। ସେହି ଗାଡ଼ିରେ ଜଣେ ଜଗୁଆଳି ମଦ ରଖିବାର ଦେଖାଯାଇଥିଲା। ଜଣେ ଯବାନ କହିବାରୁ ଜଗୁଆଳି ସେହି ଗାଡ଼ିରେ ମଦ ରଖିଥିଲା।

ବିଜେପିର ଜିଲ୍ଲା ଅଧ୍ୟକ୍ଷ ଏବଂ ପୂର୍ବତନ ସାଂସଦ କହିଥିଲେ ଯେ ଏହି ଘଟଣାର ସୂଚନା ଜିଲ୍ଲା ଏସପିଙ୍କୁ ଦିଆଯାଇଛି। ଗମ୍ଭୀରତାର ସହ ଯାଞ୍ଚ କରି କାର୍ଯ୍ୟାନୁ​‌ଷ୍ଠାନ କରିବାକୁ ଦାବି କରାଯାଇଛି। ପୋଲିସ୍ ଗାଡ଼ିରେ ମଦ ମିଳିବା ମାମଲା ପୂର୍ବରୁ ମଧ୍ୟ ସାମନାକୁ ଆସି ସାରିଛି,କିନ୍ତୁ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

   Related Posts